ଭୟଙ୍କର ହେଉଛି କରୋନା: କେରଳରେ ୩ଜଣଙ୍କ ମୃତ୍ୟୁ

0

ନୂଆଦିଲ୍ଲୀ: ପୁଣି ମୁଣ୍ଡ ଟେକିଲାଣି କରୋନା ଭାଇରସ । ଯାହାକୁ ନେଇ ଏବେ ସମସ୍ତେ ଚିନ୍ତାରେ । କରୋନାର ନୂଆ ଉପ ପ୍ରଜାତି ଭୂତାଣୁ (ଜେଏନ ଡଟ୍ ୱାନ)ରେ ଆଉ ୨୧ଜଣ ଆକ୍ରାନ୍ତ ହୋଇଛନ୍ତି। ଏହି ୨୧ ଆକ୍ରାନ୍ତଙ୍କ ମଧ୍ୟରୁ ଗୋଆରେ ୧୯ଜଣ ମହାରାଷ୍ଟ୍ର ଓ କେରଳରେ ଜଣେ ଲେଖାଏଁ ଅଛନ୍ତି। ଜେଏନ ଡଟ୍ ୱାନ ଭୂତାଣୁ ଓମିକ୍ରନ ପ୍ରଜାତିରୁ ସୃଷ୍ଟି ହୋଇଛି। ଏହାର ମୃତ୍ୟୁହାର କମ୍ ହୋଇଥିବା ବେଳେ ସଂକ୍ରମଣ ବେଗ ଅଧିକ। ତେଣୁ ଜେଏନ୍ ଡଟ୍ ୱାନ ପ୍ରଜାତିକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ‘ଭାରିଏଣ୍ଟ ଅଫ୍ ଇନଟ୍ରେଷ୍ଟ’ ବୋଲି ବର୍ଗୀକରଣ କରିଛି। ଏହି ଉପପ୍ରଜାତି ସେପରି ଘାତକ ନୁହେଁ ବୋଲି ହୁ’ କହିଛି।

ଅନ୍ୟପଟେ ଜେଏନ ଡଟ୍ ୱାନ ପ୍ରଜାତି ସଂକ୍ରମଣ ଆରମ୍ଭ ହୋଇଥିବା କେରଳରେ ଗତ ୨୪ ଘଣ୍ଟା ମଧ୍ୟରେ ୩ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଗତ ୨ ସପ୍ତାହ ମଧ୍ୟରେ ୧୬ଜଣ କରୋନା ସଂକ୍ରମଣରେ ପ୍ରାଣ ହରାଇଲେଣି। ସେହିପରି ସମଗ୍ର ଦେଶରେ ବୁଧବାର ୬୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ କେବଳ କେରଳରେ ୨୯୨ଜଣ ଆକ୍ରାନ୍ତ ଅଛନ୍ତି। କେରଳ ସହିତ କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଝାଡଖଣ୍ଡରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି।

Leave A Reply

Your email address will not be published.