ନୂଆଦିଲ୍ଲୀ: କିଛି ଘଣ୍ଟା ପୂର୍ବରୁ ସୋସିଆଲ ମିଡିଆ ଏକ୍ସର ସର୍ଭର ଡାଉନ ଥିଲା । ସର୍ଭର ଡାଉନ ଯୋଗୁଁ କୌଣସି ପାଠ ଦେଖି ହେଉ ନାହିଁ। ଗୁରୁବାର ଏଭଳି ଘଟିଥିବା ବେଳେ ଦୀର୍ଘ ୧ ଘଣ୍ଟା ଏଲନ୍ ମସ୍କଙ୍କ ଏକ୍ସ ଅଚଳ ହେବା ପରେ ସ୍ୱଭାବିକ ହୋଇଛି। ସର୍ଭର ଡାଉନ ଥିବା ସମୟରେ କୌଣସି ପାଠ ଦେଖି ହେଉନଥିଲା।
ଏଲନ୍ ମସ୍କଙ୍କ ସୋସିଆଲ ମିଡିଆ ୱେବସାଇଟ୍ ଏକ୍ସ ( ଟ୍ୱିଟର) ଗୁରୁବାର ଦିନ ୧୧ଟାରୁ ଏହା ଡାଉନ ରହିଥିଲା। ଏହି କାରଣରୁ ଅନେକ ୟୁଜର୍ସ ସମସ୍ୟାର ସମ୍ମୁଖୀନ ହେବା ସହ ଅଭିଯୋଗ କରିଥିଲେ।