ନୂଆଦିଲ୍ଲୀ : ନୂଆବର୍ଷ ପୂର୍ବରୁ ଉପଭୋକ୍ତଙ୍କ ପାଇଁ ଖୁସି ଖବର।ଉପଭୋକ୍ତାଙ୍କୁ ମିଳିବ ସାମାନ୍ୟ ଆଶ୍ୱସ୍ତି। ଶସ୍ତା ହେଲା ବ୍ୟବସାୟିକ ସିଲିଣ୍ଡର। ନୂଆ ବର୍ଷ ପୂର୍ବରୁ ସରକାରଙ୍କ ପକ୍ଷରୁ ଭେଟି। ୧୯ କିଲୋଗ୍ରାମ ଗ୍ୟାସ୍ ସିଲିଣ୍ଡର ଉପରେ ୩୯.୫୦ ଟଙ୍କା ଶସ୍ତା ହୋଇଛି। ନୂଆ ଦର ଶୁକ୍ରବାର ଠାରୁ ଲାଗୁ ହେବ।
ଦିଲ୍ଲୀରେ ୧୭୫୭.୫୦ ଟଙ୍କାରେ ସିଲିଣ୍ଡର ମିଳିବ। ମାତ୍ର ଘରୋଇ ଏଲପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ପୂର୍ବରୁ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ପିଛା ଦିଲ୍ଲୀରେ ୧୭୯୬.୫୦ ଟଙ୍କା ଏବଂ ମୁମ୍ବଇରେ ୧୭୪୯ ଟଙ୍କା ରହିଥିଲା। ଚେନ୍ନାଇରେ ୧୯୬୮.୫୦ ଟଙ୍କା, କୋଲକାତା ୧୯୦୮ ଟଙ୍କା ଥିଲା। ୩୯.୫୦ ଟଙ୍କା ଦର ହ୍ରାସ ହେବା ପରେ କୋଲକାତାରେ ୧୮୬୯ ଟଙ୍କା, ଚେନ୍ନାଇରେ ୧୯୨୯.୫୦ ଟଙ୍କା ଓ ମୁମ୍ବଇରେ ୧୭୧୦ ଟଙ୍କାରେ ମିଳିବ।