ନୂଆଦିଲ୍ଲୀ: ସଞ୍ଜୟ ସିଂଙ୍କୁ ପୁଣି ବଡ଼ ଝଟକା । ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେଲରେ ଥିବା ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଂଜୟ ସିଂଙ୍କୁ ପୁଣି ଝଟକା ଲାଗିଛି । ଏହି ମାମଲା ସହ ଅର୍ଥ ହେରଫେର ମାମଲାରେ ଜେଲରେ ଥିବା ସଂଜୟ ସିଂଙ୍କ ଜାମିନ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି ।
ବିଚାରପତି ଏମ କେ ନାଗପାଲ ଏହି ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ ଏହି ଜାମିନ ଆବେଦନର ଶୁଣାଣି କରି ଡିସେମ୍ବର ୧୨ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ । ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ରାଓଜ ଏଭିନ୍ୟୁ କୋର୍ଟ ସଂଜୟ ସିଂଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ।