ପ୍ରବଳ ଶୀତ ପାଇଁ ଜାନୁୟାରୀ ୧ରୁ ୧୫ ପର୍ଯ୍ୟନ୍ତ ସ୍କୁଲ ଛୁଟି

0

ନୂଆଦିଲ୍ଲୀ: ସାରା ଦେଶରେ ଜାରି ରହିଛି ଶୀତର ଲହରି। ସେଥିପାଇଁ ସ୍କୁଲ କୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର।ହରିୟାଣାର ସରକାର ରାଜ୍ୟରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଜାନୁୟାରୀ ୧ରୁ ୧୫ ପର୍ଯ୍ୟନ୍ତ ରାଜ୍ୟରେ ସ୍କୁଲ ଛୁଟି ରହିବ। ଜାନୁୟାରୀ ୧୬ରୁ ସ୍କୁଲଗୁଡିକ ଖୋଲିବ । ରାଜ୍ୟର ସମସ୍ତ ଜିଲାର ଜିଲା ଶିକ୍ଷା ଅଧିକାରୀ, ଜିଲା ମୌଳିକ ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ହରିୟାଣା ଶିକ୍ଷା ବିଭାଗ ଏକ ଚିଠି ଜାରି କରିଛି।

ସୂଚନାଯୋଗ୍ୟ, ହରିୟାଣା ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଶୀତଦିନେ୧୫ଦିନ ସ୍କୁଲ ଛୁଟି ଘୋଷଣା କରାଯାଏ। ଏହି କ୍ରମରେ ହରିୟାଣା ସରକାର ଏକ ଚିଠି ଜାରି କରି ଶୀତକାଳୀନ ଛୁଟି ଘୋଷଣା କରିଛନ୍ତି।

Leave A Reply

Your email address will not be published.