ରିଲିଜ୍ ହେଲା ଚଳଚ୍ଚିତ୍ର “ଅପରେସନ ୧୨/୧୭” ର ଅଡିଓ, ନୂଆବର୍ଷ ରେ ମୁକ୍ତିଲାଭ*
ଭୁବନେଶ୍ୱର (ଆମ ଟିଭି):ସାଇ ଲୁମ୍ବିନୀ ପ୍ରଡ଼କସନ୍ସ ରେ ନିର୍ମାଣ ହୋଇଥିବା ସିନେମା “ଅପରେସନ୍ ୧୨/୧୭ ସାଇ ଶରଣ°”” ର ଅଡିଓ ରିଲିଜ୍ ରାଜଧାନୀ ର ସଦା ଚଳଚଞ୍ଚଳ ୨ ନମ୍ବର ମାର୍କେଟ ବିଲଡିଂ ପରିସରରେ ଯାକ ଜମକରେ ହୋଇଯାଇଛି। ଏହାକୁ ଆନୁଷ୍ଠାନିକ ଭାବେ ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା ଓ ରାଜ୍ୟ ପ୍ଲାନିଂ ବୋର୍ଡ ସଦସ୍ୟ ପ୍ରସନ୍ନ ପାଟ୍ଟଶାଣୀ ଉନ୍ମୋଚନ କରିଥିଲେ।

“ଅପରେସନ ୧୨/୧୭” ଏକ ବିଗ୍ ବଜେଟ ର ସିନେମା ହୋଇଥିବା ବେଳେ ଏହାର ପ୍ରଯୋଜନା କରିଛନ୍ତି ଶ୍ରୀମତୀ ଶୁଭ୍ରା ପଟ୍ଟନାୟକ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଷ୍ଟାଇଲିଷ୍ଟ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ l କାହାଣୀ ଲେଖିଛନ୍ତି ଦ୍ବୀପାୟନ ପଟ୍ଟନାୟକ, ସଂଳାପ ଲେଖିଛନ୍ତି ଦିଲ୍ଲୀପ ଚୌଧୁରୀ l ଗୀତ ଗୁଡିକ ଅରୁଣ ମନ୍ତ୍ରୀ ଏବଂ ଡକ୍ଟର ନିର୍ମଳ ନାୟକ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବର୍ତ୍ତମାନର ଟ୍ରେଣ୍ଡୀ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ l କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର,ଋତୁରାଜ ମହାନ୍ତି , ସତ୍ୟଜିତ୍ ପ୍ରଧାନ, ଅସୀମା ପଣ୍ଡା ଏବଂ ଅନନ୍ୟା ଶ୍ରୀତମ ନନ୍ଦ l

ଅନେକ ସୁପରହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶକ ସୁଧାଶୁଂ ମୋହନ ସାହୁ ଙ୍କ ନିର୍ଦ୍ଦେଶନା ରେ ଏହି ଚଳଚ୍ଚିତ୍ର ଓଲିଉଡ଼ ପାଇଁ ଏକ ଭିନ୍ନ ମୋଡ଼ ସୃଷ୍ଟି କରିବ l ଶିଶୁ କଳାକାର ରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ଭୂମିକା ମୁଖ୍ୟ ନାୟିକା ଏବଂ ଶ୍ରେୟାନ୍ ନାୟକ ଭାବେ ନୂଆବର୍ଷ ରେ ଦର୍ଶକ ଙ୍କୁ ଭେଟି ଦେବେ l ଅନେକ ଧାରାବାହିକ ତଥା ଚଳଚ୍ଚିତ୍ର ରେ ହାସ୍ୟ ଅଭିନେତା ଭାବେ ଅଭିନୟ କରିଆସୁଥିବା ଅମର ମହାପାତ୍ର ଚଳଚ୍ଚିତ୍ର ଅପରେସନ୍ ୧୨/୧୭ରେ ଏକ ଭିନ୍ନ ଚରିତ୍ର ରେ ଅଭିନୟ କରିବା ସହ ଲାଇନ୍ ପ୍ରଡ୍ୟୁସର କର୍ଯ୍ୟଭାର ମଧ୍ୟ ସମ୍ଭାଳିଛନ୍ତି। ଚୌଧୁରୀ ଜୟପ୍ରକାଶ ଦାସ,ପଙ୍କଜ ମହାନ୍ତି, ଉମାକାନ୍ତ ପାଣି,ପ୍ରଶାନ୍ତ ପାତ୍ର, ଦୁଷ୍ମନ୍ତ, କୈଳାଶ ପାଣିଗ୍ରାହୀ ବିଜିତ ବାରିକ୍ ଲୋପାମୁଦ୍ରା,ତ୍ରିଷ୍ଣା, ବିଷ୍ନୁପ୍ରିୟା, ସୋନାଲୀ ସୁଜାତା (ଛୋଟ କଳାକାର କିୟାର, କୋମଲ) ପ୍ରମୁଖ ଅଭିନୟ କରିଛନ୍ତି l ଏହି ଚଳଚ୍ଚିତ୍ର ର କ୍ରିଏଟିଭ୍ ହେଡ୍ ଅଛନ୍ତି ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ।