ନୂଆଦିଲ୍ଲୀ: ଛତିଶଗଡ଼ରେ ମାଓବାଦୀଙ୍କୁ ବଡ଼ ଝଟକା । ଛତିଶଗଡରେ ମାଓବିରୋଧୀ ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଛତିଶଗଡର ଡଚାକୋନା ଜଙ୍ଗଲରେ ଏନକାଉଁଟର । ଯବାନଙ୍କ ଗୁଳିରେ ୩ ଜଣ ମାଓବାଦୀ ନିପାତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ବହୁ ପରିମାଣର ବିସ୍ଫୋରକ, ବନ୍ଦୁକ, ଗୁଳି ସହ ମାଓସାମଗ୍ରୀ ଜବତ ହୋଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ମୋଷ୍ଟ ୱାଂଟେଡ ଦରଭା ଡିଭିଜନର ଏଲଓଏସ କମାଣ୍ଡର ଲକ୍ଷ୍ମଣ କୋହରାମୀ ।
ତାଙ୍କ ସୂଚନା ଯିଏ ତା ପାଇଁ ୫ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା ସୁକୁମା ପୋଲିସ । ସେହିପରି ଯବାନଙ୍କ ଗୁଳିରେ କଟେକଲ୍ୟାଣ ଏରିଆ କମିଟି ସଦସ୍ୟ ଜଗଦୀଶ ସୋଢୀଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଜଗଦୀଶଙ୍କ ମୁଣ୍ଡ ପାଇଁ ମଧ୍ୟ ୫ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।