ନୂଆଦିଲ୍ଲୀ: ବଢ଼ିଲା ଭାରତୀୟ ନୌସେନାର ଶକ୍ତି । ଭାରତ ମହାସାଗରରେ ଚୀନ ସହ ବିବାଦ ଭିତରେ ବଡ଼ ପଦକ୍ଷେପ ନେଇଛି ପ୍ରତିରକ୍ଷା ବିଭାଗ । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ୱଂୟଚାଳିତ ମିଶାଇଲ ବିଧୋଂଶକାରୀ ଯୁଦ୍ଧ ଜାହାଜ ଆଇଏନଏସ୍ ଇମ୍ଫାଲକୁ ମଙ୍ଗଳବାର କାର୍ଯ୍ୟରେ ନିୟୋଜିତ କରିଛି । ମୁମ୍ବାଇରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଗୁପ୍ତଚରୀ ଯୁଦ୍ଧ ଜାହାଜର ଲୋକାର୍ପଣ କରିଛନ୍ତି ।
ମଣିପୁରର ରାଜଧାନୀ ଇମ୍ଫାଲର ନାଁରେ ନାମିତ ହୋଇଥିବା ଏହି ଜାହାଜ ବହୁ ବିକଶିତ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି । ଜାହାଜର ନିର୍ମାଣ ଶେଷ ହେବା ପରେ ଗତ ଅକ୍ଟୋବର ୨୦ ତାରିଖରେ ନୌସେନାକୁ ହସ୍ତାନ୍ତର କରାଯାଇଥିଲା । ଯାହାକୁ ଏବେ ନୌସେନାରେ ସାମିଲ କରାଯାଇଛି ।