ବାଲିଗୁଡ଼ାରେ ପର୍ଯ୍ୟଟକ ବସ୍ ଓଲଟି ୨୫ ଆହତ

0

ବାଲିଗୁଡା(ଆମ ଟିଭି): ବାଲିଗୁଡ଼ାରେ ଓଲଟିଲା ପର୍ଯ୍ୟଟକ ବସ୍ । ପର୍ଯ୍ୟଟକ ବସ୍‌‌ ଓଲଟି ୨୫ରୁ ଅଧିକ ଆହତ। ବ୍ରାହ୍ମଣୀଗାଁ ଥାନା ମହାଗଡି ନିକଟ ବୁଲାଣି ରାସ୍ତାରେ ବୁଧବାର ଏହି ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ସମସ୍ତ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ବ୍ରାହ୍ମଣୀଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପଶ୍ଚିମବଙ୍ଗରୁ ଦାରିଙ୍ଗବାଡି ବୁଲିବାକୁ ପର୍ଯ୍ୟଟକମାନେ ଆସିଥିଲେ। ଦାରିଙ୍ଗବାଡିରୁ ଗୋପାଳପୁର ଅଭିମୁଖେ ଯିବା ବେଳେ ଏହି ବସ୍‌‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Leave A Reply

Your email address will not be published.