ରାଜ୍ୟରେ କମୁଛି ଶୀତ ଲହରୀ: ୧୦ ଡିଗ୍ରୀ ତଳେ ୪ ସହରର ତାପମାତ୍ରା

0

ଭୁବନେଶ୍ୱର(ଆମ ଟିଭି): ରାଜ୍ୟରେ କମୁଛି ଶୀତର ପରିମାଣ। ମାତ୍ର କିଛି ଦିନ ହାଡଭଙ୍ଗା ଶୀଲ ପରେ ରାଜ୍ୟରେ କମିଛି ଶୀତର ଲହରୀ । ଗତ କିଛି ଦିନ ଲୋକେ ଥଣ୍ଡାରେ ଥରିବା ପରେ ଏବେ ରାଜ୍ୟରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି । ରାଜ୍ୟରେ ୧୦ଡିଗ୍ରୀ ତଳେ ୪ସହର ରହିଛି ।

କୋରାପୁଟ ୭.୪, ଜି. ଉଦୟଗିରି ୭.୮, ଦାରିଙ୍ଗବାଡି ୯.୫, ସେମିଳିଗୁଡା ୯.୬, ଫୁଲବାଣୀ ୧୦.୫, କିରେଇ ୧୦.୭ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଭବାନୀପାଟଣା ଓ ନବରଙ୍ଗ ପୁରରେ ୧୧ଡିଗ୍ରୀ ରେକର୍ଡ ହୋଇଛି ।

Leave A Reply

Your email address will not be published.