ଜାନୁଆରୀ ୧୪ରୁ କଂଗ୍ରେସର ଆରମ୍ଭ କରିବ ଭାରତ ନ୍ୟାୟ ଯାତ୍ରା

0

ନୂଆଦିଲ୍ଲୀ (ଆମ ଟିଭି): ପୁଣି କଂଗ୍ରେସ ଆରମ୍ଭ କରିବ ଦେଶବ୍ୟାପୀ ପଦଯାତ୍ରା। ଭାରତ ଯୋଡ ଯାତ୍ରା ଭଳି ଭାରତ ନ୍ୟାୟ ଯାତ୍ରା ଆରମ୍ଭ କରିବ କଂଗ୍ରେସ । ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଁ ଏହି ଯାତ୍ରା ବେଶ ଗୁରୁତ୍ୱପୂର୍ଣ୍ଣ । ମଣିପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ । ଜାନୁଆରୀ ୧୪ରୁ ଆରମ୍ଭ ହେବାକୁ ଥିବା ଏହି ଯାତ୍ରା ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ । ୧୪ଟି ରାଜ୍ୟର ୮୫ଟି ଜିଲ୍ଲା ଦେଇ ଏହି ଯାତ୍ରା ଯିବ । ମୋଟ ୬୨୦୦ କିଲୋମିଟରର ଏହି ଯାତ୍ରା ସମ୍ପୂର୍ଣ୍ଣ ରୂପେ ପଦଯାତ୍ରା ହେବନି । ବରଂ ଏହି ଯାତ୍ରାରେ ବସର ବ୍ୟବହାର କରାଯିବ ।

ମଣିପୁର, ନାଗାଲାଣ୍ଡ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଓଡ଼ିଶା, ଉତ୍ତରପ୍ରଦେଶ, ଛତିଶଗଡ, ରାଜସ୍ଥାନ, ଗୁଜୁରାଟ, ମହାରାଷ୍ଟ୍ର ଦେଇ ଏହି ଯାତ୍ରା ଯିବ । ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବାକୁ ବସରେ ଏହି ଯାତ୍ରା କରାଯିବ ।

Leave A Reply

Your email address will not be published.