କିଲୋପ୍ରତି ୨୫ ଟଙ୍କାରେ ଚାଉଳ ଯୋଗାଇଦେବେ ସରକାର

0

ନୂଆଦିଲ୍ଲୀ (ଆମ ଟିଭି):  ପୁଣି ଉପକୃତ ହେବେ ସାଧାରଣ ଜନତା । ଭାରତ ଅଟା ଓ ଭାରତ ଡାଲି ପରେ ଏବେ କେନ୍ଦ୍ର ସରକାର ଗରିବ ଲୋକମାନଙ୍କୁ ଭାରତ ଚାଉଳ ଯୋଗାଇ ଦେବାକୁ ଯୋଜନା କରିଛନ୍ତି । ଗରିବ ଲୋକଙ୍କ ଉପରେ ଯେଭଳି ଦରବୃଦ୍ଧି ବୋଝ ନହେବ ସେଥିପାଇଁ ସରକାର ଏହି ଯୋଜନା ଲାଗୁ କରିବାକୁ ଯାଉଛନ୍ତି ।

ବଜାରରେ ଚାଉଳର ଦାମ ଯେତେ ବୃଦ୍ଧି ହେଲେ ମଧ୍ୟ କେନ୍ଦ୍ର ସରକାର ଗରିବ ଲୋକମାନଙ୍କୁ କିଲୋପ୍ରତି ୨୫ ଟଙ୍କାରେ ଭାରତ ଚାଉଳ ଯୋଗାଇ ଦେବେ ବୋଲି ଜଣାପଡିଛି ।

ଏନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ଏହି ଭାରତ ଚାଉଳ କିଲୋ ପ୍ରତି ୨୫ ଟଙ୍କାରେ ବିକ୍ରି କରାଯିବ । ଏହି ଚାଉଳ ସରକାରୀ ଏଜେନ୍ସି ମାନଙ୍କ ମାଧ୍ୟମରେ ଗରିବ ଲୋକଙ୍କୁ ଯୋଗାଇ ଦିଆଯିବ ।

Leave A Reply

Your email address will not be published.