ମୋଦୀଙ୍କୁ ଭେଟିବା ପରେ ଜୟନାରାୟଣଙ୍କ ମନ୍ତବ୍ୟ, ଜାନୁଆରୀରେ ସଂଘର୍ଷ ହେବ

0

ଭୁବନେଶ୍ୱର: ମୁଣ୍ଡ ଉପରେ ୨୦୨୪ ସାଧାରଣ ନିର୍ବାଚନ । ଏଣିକି ଆଉ ନିସ୍ତାର ନାହିଁ । ହେବ ଜୋରଦାର ଫାଇଟ୍ । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଓଡ଼ିଶା ବିଜେପି ବିଧାୟକ ଭେଟିବା ପରେ ମୁହଁ ଖୋଲିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଜୟନାରାୟଣ କହିଛନ୍ତି, ଜାନୁଆରୀରେ ସଂଘର୍ଷ ହେବ । ରାଜ୍ୟ ସରକାରଙ୍କ ବିରୋଧରେ ଲଢେଇକୁ ଆହୁରି ଜୋରଦାର କରିବ ବିଜେପି । ରତ୍ନ ଭଣ୍ଡାର ଖୋଲିବା, କିପରି ଶ୍ରୀମନ୍ଦିର ଭିତରେ ଗୋ ମାଂସ ଭକ୍ଷଣକାରୀକୁ ପୂରାଇ ପ୍ରଚାର କରିଛନ୍ତି, ନିର୍ବାଚନ ପାଇଁ କିପରି ବିଜେଡି ନେତା ମଦ ବେପାରୀଙ୍କ ଘରେ ଟଙ୍କା ରଖିଥିଲେ, ବିକାଶରେ ଓଡିଶା ପଛରେ କାହିଁକି, ନାରୀ ନିର୍ୟାତନା, ଶିଶୁ ଚୋରି, ଖଣି ଲୁଟ୍ ଭଳି ପ୍ରସଙ୍ଗ ହେବ ବିଜେପିର ମୁଦ୍ଦା ।

ବିଧାୟକ ମାନଙ୍କ ସହ ଆଲୋଚନା ବେଳେ ଜାନୁଆରୀରୁ ସଂଘର୍ଷକୁ ଶାଣିତ କରିବା ପାଇଁ ମୋଦି ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି । ସଂଘର୍ଷ ଓ ସଂଗଠନ ଉଭୟକୁ ଜୋରଦାର କରି ବିଲ ପ୍ରସ୍ତୁତ କରିବାକୁ ବିଧାୟକ ଦଳ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ମୋଦି । ଜାନୁଆରୀ ବେଳକୁ ସବୁ ସାଙ୍ଗଠନିକ କାମ ଶେଷ କରି ହଳ ପାଇଁ ବିଲକୁ ଓହ୍ଲାଇବୁ । ବର୍ଷା ହେବା କ୍ଷଣି ବିହନ ଗଜା ହେବ ଆଉ ମୋଦି ନିଜେ ଜାନୁଆରୀରେ ଆସିବେ ବିଲ ଦେଖିବେ । ଏହାସହ ସାର ପକାଇ ବିଲକୁ ଆହୁରି ଉର୍ବର କରିବେ ।

Leave A Reply

Your email address will not be published.