ଭଦ୍ରକ: ଆଜି ଭଦ୍ରକ ଗସ୍ତରେ ଅଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ । ବୁଧବାର ଦିନ ୫ଞ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଭଦ୍ରକ ଗସ୍ତରେ ଯାଇ ବିଭିନ୍ନ ଉନ୍ନତିମୂଳକ କାର୍ୟ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ଲୋକଙ୍କ ସମସ୍ୟା ବୁଝିବା ସହ ଖୁବଶୀଘ୍ର ସମାଧାନର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଏପରିକି ଫେବ୍ରୁଆରୀ ଶେଷ ସୁଦ୍ଧା ‘ଲକ୍ଷ୍ମୀ’ ବସ୍ ଯୋଜନାର ଶୁଭାରମ୍ଭ ହେବ ବୋଲି ସେ କହିଛନ୍ତି।
ଅପରପକ୍ଷେ ସେ କହିଛନ୍ତି ଯେ, ୫ମାସରେ ଭଦ୍ରକ ପାଇଁ ମଞ୍ଜୁର ହୋଇଛି ପାଖାପାଖି ୨୫୦କୋଟି ଟଙ୍କା। ଭଦ୍ରକ ସହର ପାଇଁ ରିଂ ରୋଡ୍ ପାଇଁ ଶହେ କୋଟି ଟଙ୍କା ଅନୁମୋଦନ କରାଯାଇଛି। ଭଦ୍ରକାଳୀ ମନ୍ଦିର ଯିବାକୁ ବହୁତ ଅସୁବିଧା ହେଉଥିଲା । ତେଣୁ ପୁରୁଣା ବଜାରରୁ ଗୁଜିଦରଡ଼ା ରାସ୍ତା ଭାୟା ଭଦ୍ରକାଳୀ ମନ୍ଦିର ପାଇଁ ୪୧କୋଟି ଟଙ୍କା ମଞ୍ଜୁର ହୋଇଛି।