‘ଦେଶରେ ଗଣମାଧ୍ୟମ କଙ୍ଗାରୁ କୋର୍ଟ ଚଳାଇଛି’: ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି

0

ରାଞ୍ଚି (ଆମ ନ୍ୟୁଜ୍): ଦେଶରେ ଗଣମାଧ୍ୟମ କଙ୍ଗାରୁ କୋର୍ଟ ଚଳାଇଛି । କ୍ଷୋଭ ପ୍ରକାଶ କରି ଏପରି କହିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି । କିଛିଦିନ ତଳେ ସରକାରଙ୍କ ଉପରେ ବର୍ଷିଥିବା ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଏନ୍.ଭି ରମନ୍ନା ଆଜି ପୁଣି ଗଣମାଧ୍ୟମ ଉପରେ ବର୍ଷିଛନ୍ତି । ସୁପ୍ରିମ କୋର୍ଟର ମୁ୍ଖ୍ୟ ବିଚାରପତି ଜଷ୍ଟିସ ଏନ ଭି ରମନ୍ନା ଏକ ଦିବସୀୟ ଗସ୍ତରେ ଝାଡଖଣ୍ଡ ପହଂଚିଛନ୍ତି । ଏଠାରେ ଏକ କାର୍ୟ୍ୟକ୍ରମରେ ଲୋକଙ୍କୁ ସମ୍ବୋଧିତ କରିବା ବେଳେ ଦେଶର ଗଣମାଧ୍ୟମକୁ ନେଇ ଏଭଳି କିଛି କହିଛନ୍ତି ମୁଖ୍ୟ ବିଚାରପତି । ସେ କହିଛନ୍ତି କି, “ଆମେ ଦେଖିବାକୁ ପାଉଛୁ କି ଗଣମାଧ୍ୟମ ଦେଶରେ କଙ୍ଗାରୁ କୋର୍ଟ ଚଳାଇଛି, ଫଳରେ ଏଭଳି ଖବର ଦେଖିବା ପରେ ଅନୁଭବି ବିଚାରପତିମାନେ ବି ଦ୍ୱନ୍ଦରେ ପଡିଯାଉଛନ୍ତି କି କେଉଁଟି ଠିକ୍ ଓ କେଉଁଟି ଭୂଲ” । ଏହାସହ ସେ କହିଛନ୍ତି କି, ନ୍ୟାୟ ମାମଲାରେ ଗଣମାଧ୍ୟମ ଭୂଲ ସୂଚନା ଓ କାର୍ୟ୍ୟକ୍ରମ ଚଳାଇବା ଦେଶ ପାଇଁ କ୍ଷତିକାରକ ।

କେବଳ ଏତିକି ନୁହେଁ ମୁଖ୍ୟ ବିଚାରପତି କହିଛନ୍ତି କି ଆମେ ଆମ ଦାୟୀତ୍ୱରୁ ପଳାୟନ କରିପାରିବା ନାହିଁ । ହେଲେ ଗଣମାଧ୍ୟମର ଏଭଳି ପ୍ରବୃତ୍ତି ଆମକୁ ଦୁଇପାଦ ପଛକୁ ଫେରାଇ ନେଉଛି । ମୁଦ୍ରିତ ଗଣମାଧ୍ୟମ ଏପର୍ୟ୍ୟନ୍ତ କିଛି ପରିମାଣର ଉତ୍ତରଦାୟିତ୍ୱ ତୁଲାଉଥିବା ବେଳେ ବୈଦ୍ୟୁତିକ ଗଣମାଧ୍ୟମ ସମ୍ପୂର୍ଣ୍ଣ ଭାବେ ତା’ର ଉତ୍ତର ଦାୟୀତ୍ୱ ଭୁଲି ଯାଇଥିବା କଥା କହିଛନ୍ତି ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି । ମୁଖ୍ୟ ବିଚାରପତିଙ୍କ ଏହି ବୟାନ ପରେ ସାରା ଦେଶରେ ଚହଳ ସୃଷ୍ଟି ହୋଇଛି ।

Leave A Reply

Your email address will not be published.