ନନ୍ଦନକାନନର ଆଜି ହେଉଛି ୬୪ତମ ପ୍ରତିଷ୍ଠା ଦିବସ

0

ଭୁବନେଶ୍ୱର (ଆମ ଟିଭି): ନନ୍ଦନକାନନର ଆଜି ହେଉଛି ୬୪ତମ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସରେ ୱାଲାବି ଖୁଆଡ଼ ଲୋକାର୍ପିତ ହେବା ସହିତ ଖୁଆଡ଼ରେ ୨ଟି ୱାଲାବି ଛଡ଼ାଯିବ । ସେହିପରି ବଟନିକାଲ ଗାଡେନରେ ବାଉଁଶ ଉଦ୍ୟାନ ଓ ହାଇଡ୍ରୋଫାଇଟ ଉଦ୍ୟାନ ଲୋକାର୍ପିତ ହେବ । କାସ୍ୱାରି ଓ ଓଟିପକ୍ଷୀଙ୍କୁ ନୂତନ ଖୁଆଡ଼ରେ ଛଡ଼ାଯିବ । ଏହାଛଡ଼ା ନନ୍ଦନକାନନର ବାର୍ଷିକ ପୁସ୍ତିକା, କ୍ୟାଲେଣ୍ଡର, ନନ୍ଦନକାନନ ସଙ୍ଗୀତ, ନନ୍ଦନକାନନ ମନିଟରିଙ୍ଗ ଆପ, ବଟାନିକାଲ ଗାଡେନର ୱେବସାଇଟ, ୬ଟି ବାଘ ଓ ୬ଟି ସିଂହ ଶାବକଙ୍କ ନାମକରଣ କରାଯିବ ।

ଏହା ଶହ କାର୍ଯ୍ୟରତ କିଛି କର୍ମଚାରୀଙ୍କୁ ସମ୍ମାନୀତ କରାଯିବ । ୧୯୬୦ ମସିହାରେ କିଛି ଜୀବଜନ୍ତୁଙ୍କୁ ନେଇ ଜନ୍ମ ନେଇଥିବା ନନ୍ଦନକାନନରେ ଏବେ ଅଛନ୍ତି ୨୨୦ ଖୁଆଡରେ ୧୬୩ ପ୍ରଜାତିର ୪ ହଜାର ୧୭୫ ଜୀବଜନ୍ତୁ । ୧୯୬୩ ମସିହାରେ ଉଦ୍ଭିଦ ଉଦ୍ୟାନ ଖୋଲାଯାଇଥିଲା ।

Leave A Reply

Your email address will not be published.