କ୍ଷମା ମାଗିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା

0

ନୂଆଦିଲ୍ଲୀ: କ୍ଷମା ମାଗିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଶ୍ରୀମଦ ଭଗବତ୍ ଗୀତାର ଏକ ଶ୍ଳୋକ ତ୍ରୁଟିପୂର୍ଣ୍ଣ ଅନୁବାଦକୁ ନେଇ କ୍ଷମା ପ୍ରାର୍ଥନା କରିବା ସହ ଏହି ପୋଷ୍ଟକୁ ଡିଲିଟ୍ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏନେଇ ବିଶ୍ୱଶର୍ମା ସାର୍ବଜନୀନ ଭାବେ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ କରିଥିବା ପୋଷ୍ଟକୁ ମଧ୍ୟ ଡିଲିଟ୍ କରିଛନ୍ତି । ଏହାକୁ ନେଇ ବିରୋଧୀ ତାଙ୍କ ଟାର୍ଗେଟ କରିବା ସହ ବିଶ୍ୱଶର୍ମା ରାଜ୍ୟରେ ଜାତି ବିଭେଦକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ପୋଷ୍ଟକୁ ଡିଲିଟ୍ କରିବା ସହ ହିମନ୍ତ ବିଶ୍ୱଶର୍ମା ଲେଖିଛନ୍ତି ଯେ, ‘ମୁଁ ନିୟମିତ ଭାବେ ସକାଳେ ଭଗବତ୍ ଗୀତାର ଶ୍ଳୋକ ଅପଲୋଡ କରେ । ଏଯାଏଁ ମୁଁ ୬୬୮ଟି ଶ୍ଳୋକ ଅପଲୋଡ କରିସାରିିଲିଣି ।ନିକଟରେ ମୋ ଟିମର ଜଣେ ସଦସ୍ୟ ୧୮ ଅଧ୍ୟାୟର ଏକ ଶ୍ଳୋକର ଭୁଲ ଅନୁବାଦ ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଥିଲେ । ଏହା ଜାଣିବା ମାତ୍ରେ ମୁଁ ତାକୁ ତୁରନ୍ତ ଡିଲିଟ୍ କରିଥିଲି । ଯଦି ଡିଲିଟ୍ କରିଥିବା ପୋଷ୍ଟକୁ ନେଇ କାହାରି ଭାବନାକୁ ଆଘାତ ହୋଇଥିବା ତେବେ ମୁଁ କ୍ଷମା ମାଗୁଛି’ ।

Leave A Reply

Your email address will not be published.