ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ। ପାକିସ୍ତାନରେ ରହୁଥିବା ଚୀନର ଅଧିକାରୀଙ୍କୁ ବେଲୁଚିସ୍ତାନ ଲିବରେଶନ ଆର୍ମି ଏକ ଭିଡିଓ ଜାରି କରି ଧମକ ଦେଇଛି । ଏହି ଭିଡିଓରେ ଚୀନ ଅଧିକାରୀଙ୍କ ଆବାସରେ ଆତ୍ମଘାତି ବିସ୍ଫୋରଣ କରିବାକୁ ଏହି ଭିଡିଓରେ ଧମକ ଦିଆଯାଇଛି । ଭିଡିଓ ଜାରି କରି ଚୀନ ରାଷ୍ଟ୍ରପତି ଓ ପାକିସ୍ତାନ ଜେନରାଲଙ୍କୁ ମଧ୍ୟ ହତ୍ୟା ଧମକ ଦେଇଛି ବେଲୁଚି ଲିବରେଶନ ଆର୍ମି ।
ଗତ କିଛି ବର୍ଷ ହେବ ବେଲୁଚିସ୍ତାନକୁ ସ୍ୱାଧୀନ କରିବା ଦାବି କରି ଲଗାତର ସଂଘର୍ଷ ଜାରି ରଖିଥିବା ବେଲୁଚିସ୍ତାନ ଲିବରେଶନ ଆର୍ମି ଏକ ଭିଡିଓ ଜାରି କରିଛି । ଭିଡିଓରେ ଜଣେ ଯବାନ ଇଂଗ୍ରାଜୀ ଭାଷାରେ ସ୍ପଷ୍ଟ କହୁଛି କି ବେଲୁଚିସ୍ତାନରେ ଥିବା ଚୀନ ଅଧିକାରୀ ଓ ନାଗରିକଙ୍କ ଠିକଣାରେ ଆତ୍ମଘାତି ଆକ୍ରମଣ କରିବାକୁ ଏକ ଅଲଗା ଟିମ୍ ପ୍ରସ୍ତୁତ କରାଯାଇଛି ।