ନୂଆଦିଲ୍ଲୀ (ଆମ ଟିଭି): ବଦଳିଲା କ୍ରାଲେଣ୍ଡର, ଆସିଲା ନୂଆବର୍ଷା । ଆଉ ଏହି ନୂଆବର୍ଷରୁ ଲାଗୁ ହୋଇଛି ଅନେକ ନୂଆ ନିୟମ । ସୁକନ୍ୟା ଯୋଜନାର ସୁଧହାର ଠାରୁ ଆରମ୍ଭ କରି ନୂଆ ସିମ୍ କିଣିବା ପାଇଁ ନିୟମରେ ପରିବର୍ତନ ହୋଇଛି । ଏହି ନୂଆ ନିଷ୍ପତି ଲୋକଙ୍କ ସଂଚୟଠାରୁ ଆରମ୍ଭ ଲୋକଙ୍କ ଆର୍ଥିକ ନିଷ୍ପତିକୁ ପ୍ରଭାବିତ କରିପାରେ ।
ସୁକନ୍ୟା ଯୋଜନାରେ ୮ ପ୍ରତିଶତ ବଦଳରେ ୮.୨ ପ୍ରତିଶତ ସୁଧ । ତିନି ବର୍ଷିଆ ମିଆଦି ଜମାରେ ୭.୧୦ ପ୍ରତିଶତ ସୁଧ ମିଳିବ । ମାରୁତି, ଟାଟାଠାରୁ ଆରମ୍ଭ କରି ଅଡି ଓ ମର୍ସିଡିଜ୍ ବେଞ୍ଜ କାରର ଦର ବଢିବ । ଜାନୁଆରୀରେ କାର ଦାମ ବଢିବା ନେଇ ଘୋଷଣା କରିଛନ୍ତି କାର କମ୍ପାନୀ । ବର୍ଷେରୁ ଅଧିକ ସମୟ ନିଷ୍କ୍ରିୟ ଥିବା ୟୁପିଆଇ ଆଇଡିକୁ ଅଚଳ କରାଯିବ । ଏହା ଦ୍ୱାରା ସେଗୁଡ଼ିକୁ କେହି ଅପବ୍ୟବହାର କରିପାରିବେ ନାହିଁ । ସ୍ୱାସ୍ଥ୍ୟ ବୀମା ପଲିସି ଲୋକେ ବୁଝିବା ଭଳି ସରଳ ଭାଷାରେ କମ୍ପାନୀ ଉପସ୍ଥାପନ କରିବେ । ମୋବାଇଲ୍ ସିମ୍ କିଣିବା ବେଳେ କାଗଜପତ୍ର ଦେବାକୁ ପଡ଼ିବ ନାହିଁ । କେବଳ ଡିଜିଟାଲ କେୱାସି ଜରିଆରେ ହିଁ ସିମ୍ କିଣିହେବ । ବ୍ୟାଙ୍କ ଲକର୍ର ନୂଆ ନିୟମ ଲାଗୁ କରାଯିବ ।