୨୯୦ ଆସନରେ ଏକାକୀ ନିର୍ବାଚନ ଲଢିବ କଂଗ୍ରେସ

0

ନୂଆଦିଲ୍ଲୀ: ୨୦୨୪ ପାଇଁ ଆରମ୍ଭ ହେଲାଣି ଅଙ୍କକଷା । ଆଗାମୀ ଲୋକସଭା ନିର୍ବାଚନକୁ ନଜରରେ ରଖି କଂଗ୍ରେସ ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏନେଇ ଦଳ ପକ୍ଷରୁ ଇଣ୍ଡିଆ ମେଣ୍ଟ ସହ ବୈଠକ ହୋଇଛି । ଏହି ବୈଠକ ପରେ କଂଗ୍ରେସ ମଜୁବତ ଥିବା ୨୯୦ଟି ଆସନରେ ଏକାକୀ ପ୍ରାର୍ଥୀ ଦେବ ବୋଲି ଜଣାପଡିଛି । ଏହାସହ ଏହି ଆସନଗୁଡିକରେ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ ଚୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛି ଦଳ । ପାର୍ଟିର ଅନ୍ତରୀଣ ସୂତ୍ର ସୂଚନା ମୁତାବକ ପାର୍ଟି ସାରା ଦେଶରେ ପରାମ୍ପରାଗତ ମଜବୁତ ଆସନରେ ଆଶାୟୀଙ୍କ ଚୟନ ପ୍ରକ୍ରିୟ ଆରମ୍ଭ କରିଛି ।

କଂଗ୍ରେସ ପାଖାପାଖି ୨୯୦ ଆସନରେ ଏକାକୀ ନିର୍ବାଚନ ଲଢିବାକୁ ଇଚ୍ଛା କରିଛି । ଏହାସହ ୧୦୦ଟି ଆସନରେ ସହଯୋଗୀ ଦଳଙ୍କ ସମର୍ଥନରେ ଦଳ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛି । କଂଗ୍ରେସ ଆଶା କରିଛି କି, ମେଣ୍ଟ ତରଫରୁ ତାଙ୍କୁ ୧୦୦ଟି ଆସନ ମିଳିବ । ଅର୍ଥାତ କଂଗ୍ରେସ ମୋଟ ୩୯୦ ଆସନରେ ପ୍ରାର୍ଥୀ ଦେବାକୁ ମନସ୍ଥ କରିଛି । ପୂର୍ବୋତ୍ତର ରାଜ୍ୟଗୁଡିକରେ କଂଗ୍ରେସ ଏକାକୀ ନିର୍ବାଚନ ଲଢିବ ।

Leave A Reply

Your email address will not be published.