ନୂଆଦିଲ୍ଲୀ (ଆମ ଟିଭି): କିଛି ଦିନର ବ୍ୟବଧାନ ପରେ ମଣିପୁରରେ ପୁଣି ହିଂସା ଆରମ୍ଭ ହୋଇଛି । ସୋମବାର ସାରେ ମଣିପୁରର ଥୌବାଲ ଜିଲାରେ ତିନି ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ୫ ଜଣ ଆହତ ହୋଇଥିବା ଅଭିଯୋଗ ହୋଇଛି। ଯାହା ପରେ ପୁଣିଥରେ ରାଜ୍ୟର ପାଞ୍ଚଟି ଉପତ୍ୟକା ଜିଲାରେ କର୍ଫ୍ୟୁ ଲାଗୁ କରାଯାଇଛି।
ଅଧିକାରୀ କହିଛନ୍ତି, ଆକ୍ରମଣକାରୀ ବନ୍ଧୁକଧାରୀଙ୍କୁ ଏ ପର୍ୟ୍ୟନ୍ତ ଚିହ୍ନଟ କରାଯାଇ ନାହିଁ। ବନ୍ଧୁକଧାରୀମାନେ ଛଦ୍ମବେଶରେ ଲିଲୋଙ୍ଗ ଚିଙ୍ଗଜାଓ ଅଞ୍ଚଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ଟାର୍ଗେଟ୍ କରି ଗୁଳି ଚଳାଇଥିଲେ।