ନିଶାମୁକ୍ତ ହେବ କଲେଜ କ୍ୟାମ୍ପସ

0

ଭୁବନେଶ୍ୱର(ଆମ ଟିଭି): ଆଉ କଲେଜରେ ନିଶା ପ୍ରବେଶକୁ ଅନୁମତି ମିଳିବନି । ନିଶାମୁକ୍ତ ହେବ କଲେଜ କ୍ୟାମ୍ପସ । ଶିକ୍ଷାନୁଷ୍ଠାନରେ ନାମ ଲେଖା ବେଳେ ଅଣ୍ଡରଟେକିଂ ଦେବେ ଛାତ୍ରଛାତ୍ରୀ । ଉଚ୍ଚ ଶିକ୍ଷା କରୁଥିବା ଯାଏଁ ନିଶାସେବନ କରିବେ ନାହିଁ ଛାତ୍ରଛାତ୍ରୀ । ଏନେଇ ନାମଲେଖା ବେଳେ କଲେଜକୁ ଲିଖିତ ଭାବେ ଜଣାଇବେ । ନିଶାମୁକ୍ତ ଓ ଅପରାଧ ମୁକ୍ତ କ୍ୟାମ୍ପସ କରିବା ପାଇଁ ଏଭଳି ନିର୍ଦ୍ଦେଶାନାମା ଜାରି କରିଛି ଉଚ୍ଚଶିକ୍ଷା ବିଭାଗ ।

ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟରେ ନାମ ଲେଖା ବେଳେ ଛାତ୍ରଛାତ୍ରୀମାନେ ଏକେ ଘୋଷଣାନାମାରେ ଦସ୍ତଖତ କରିବେ । କ୍ୟାମ୍ପସରେ ନିଶା ସେବନ କରିବେ ନାହିଁ, ଯଦି କ୍ୟାମ୍ପସ ଭିତରେ ନିଶା ସେବନ ଦେଖନ୍ତି, ତେବେ ତୁରନ୍ତ କର୍ତୃପକ୍ଷଙ୍କୁ ଜଣାଇବା ସହ କ୍ୟାମ୍ପସକୁ ନିଶାମୁକ୍ତ କରିବା ଦିଗରେ ସହଯୋଗ କରିବେ । ଘୋଷଣାନାମାରେ ଛାତ୍ରଛାତ୍ରୀଙ୍କ ନାମ, ବାପାଙ୍କ ନାମ ଏବଂ କେଉଁ ପାଠ୍ୟକ୍ରମରେ କେତେ ବର୍ଷ ଯାଏଁ ପଢିବେ ତାହା ଉଲ୍ଲେଖ ରହିବ ।

Leave A Reply

Your email address will not be published.