ଭୁବନେଶ୍ଵର: ଆପଣ ଯଦି ବୁଲିବା ପାଇଁ ଭିତରକନିକା ଯିବାକୁ ଚିନ୍ତା କରୁଥାନ୍ତି , ତେବେ ଆପଣଂକ ପାଈଁ ଏହି ଖବର ବେଶ୍ ଗୁରୁତ୍ବପୂର୍ଣ୍ଣ । କୁମ୍ଭୀର ଗଣନା ପାଇଁ ଭିତରକନିକା ବନ୍ଦ ।
ଆସନ୍ତାକାଲିଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ । କୁମ୍ଭୀର ଗଣନା ପାଇଁ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କୁ ନିୟୋଜିତ କରାଯିବ । ଏମାନେ ବିଭିନ୍ନ ଗ୍ରୁପ୍ରେ କୁମ୍ଭୀର ଗଣନା କରିବେ । ଏଥିପାଇଁ ବୋଟ୍ ଚଳାଚଳ ଉପରେ କଟକଣା ଲଗାଯାଇଛି ।