ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସି ଖବର । ଭାରତୀୟ ସୁନାରୂପା ବଜାରରେ ଶୁକ୍ରବାର ସୁନା ଶସ୍ତା ହୋଇ ରୂପା ମହଙ୍ଗା ହୋଇଛି। ଦର କମିବା ପରେ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ପ୍ରତି ୬୨ ହଜାରରୁ ଊର୍ଦ୍ଧ୍ବ ରହିଛି। ଅପରପକ୍ଷେ, ରୂପା ମୂଲ୍ୟ କିଲୋ ପ୍ରତି ୭୧ ହଜାରରୁ ଊର୍ଦ୍ଧ୍ବ ରହିଛି। ଜାତୀୟସ୍ତରରେ ୯୯୯ ଶୁଦ୍ଧତାଯୁକ୍ତ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୬୨୬୫୫ ଟଙ୍କା ରହିଛି। ସେହିପରି ୯୯୯ ଶୁଦ୍ଧତାଯୁକ୍ତ ରୂପା କିଲୋ ପ୍ରତି ୭୧୭୯୩ ଟଙ୍କା ରହିଛି।
ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ବେଲର୍ସ ଆସୋସିଏସନ୍ ମୁତାବକ, ଗୁରୁବାର ସନ୍ଧ୍ୟାରେ ୨୪ କ୍ୟାରେଟ୍ ଶୁଦ୍ଧ ସୁନା ୧୦ ଗ୍ରାମ ପ୍ରତି ୬୨୭୭୪ ଟଙ୍କା ଥିଲା, ଯାହା ଶୁକ୍ରବାର ହ୍ରାସ ପାଇ ସକାଳେ ୬୨୬୫୫ ଟଙ୍କା ହୋଇଛି। ଏହିଭଳି ଭାବେ ଶୁଦ୍ଧତା ଆଧାରରେ ସୁନା ଶସ୍ତା ଓ ରୂପା ମହଙ୍ଗା ହୋଇଛି।