ନୂଆଦିଲ୍ଲୀ: ଗିରଫ ହେଲେ ଟିଏମସି ନେତା ଶଙ୍କର ଆଧ୍ୟା । ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ରାଶନ ଘୋଟାଲା ମାମଲାରେ ଇଡି ତ୍ରୁଣମୂଳ କଂଗ୍ରେସ(ଟିଏମସି) ନେତା ତଥା ପୂର୍ବତନ ବେନଗାଁବ ପୌରପାଳିକାର ଅଧ୍ୟକ୍ଷ ଶଙ୍କର ଆଧ୍ୟାଙ୍କୁ ଗିରଫ କରିଛି। ଶଙ୍କର ଆଧ୍ୟାଙ୍କୁ ବଙ୍ଗଳାର ଉତ୍ତର ୨୪ପ୍ରଗଣାରୁ ଗିରଫ କରାଯାଇଛି।
ନ୍ୟୁଜ ଏଜେନ୍ସି ଏଏନଆଇ ଦ୍ୱାରା ପୋଷ୍ଟ କରାଯାଇଥିବା ଭିଡିଓରେ ଇଡି ଅଧିକାରୀମାନେ ଶଙ୍କର ଆଧ୍ୟାଙ୍କୁ ଏକ ଗାଡିରେ ନେଉଥିବାର ନଜର ଆସିଛନ୍ତି। ଗିରଫ ସମୟରେ ଘଟଣାସ୍ଥଳରେ ମଧ୍ୟ ଏକ ବିରାଟ ଭିଡ଼ ଦେଖିବାକୁ ମିଳିଥିଲା। ଏଏନଆଇ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ରାତିରେ ଏକ ଇଡି ଟିମ ଆଧ୍ୟାଙ୍କ ଶ୍ୱଶୁରଙ୍କ ବାସଭବନରେ ଚଢାଉ କରିଥିଲା। ନ୍ୟୁଜ ଏଜେନ୍ସି ପିଟିଆଇ ଅନୁଯାୟୀ ଶୁକ୍ରବାର ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲାରେ ହୋଇଥିବା ଚଢାଉ ସମୟରେ ଏହାର ଅଧିକାରୀମାନେ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ଏବଂ ମୋବାଇଲ ଫୋନ, ୱାଲେଟ ଭଳି ଜିନିଷପତ୍ର ଲୁଟ ହୋଇଥିଲା।