ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ମିଳିବ ସାପ୍ତାହିକ ଛୁଟି

0

ନୂଆଦିଲ୍ଲୀ(ଆମ ଟିଭି): ଡାକ୍ତରୀ ପଢୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର। ନ୍ୟାଶନାଲ ମେଡିକାଲ କମିଶନ ଛାତ୍ରୀଛାତ୍ରଙ୍କ ଛୁଟି ପାଇଁ ନୂଆ ନିୟମ ଲାଗୁ କରିଛି। ଏନଏମସି ମେଡିକାଲ ଛାତ୍ରୀଛାତ୍ରଙ୍କୁ ଅଧିକ ଛୁଟି ଦେବାକୁ ନିଷ୍ପତ୍ତି ନେଇଛି। ଏବେ ସାପ୍ତାହିକ ଛୁଟି ବ୍ୟତୀତ କାଜୁଆଲ ଲିଭ୍ ମଧ୍ୟ ମିଳିବ ନେଇ ଧାର୍ୟ୍ୟ କରାଯାଇଛି। ଛାତ୍ରୀଛାତ୍ରଙ୍କ କାର୍ୟ୍ୟଶୈଳୀକୁ ସନ୍ତୁଳିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ଏନଏମସି ସ୍ପଷ୍ଟ କରିଛି।

ଏନଏମସିର ନୂଆ ନିୟମ ଅନୁଯାୟୀ, ଏବେ ଡାକ୍ତରୀ ପଢୁଥିବା ପିଜି ଛାତ୍ରୀଛାତ୍ରଙ୍କୁ ସାପ୍ତାହିକ ଛୁଟି ମିଳିବା ସହ ବର୍ଷକୁ ୨୦ଟି କାଜୁଆଲ ଲିଭ୍ ଓ ୫ଟି ଏକାଡେମିକ ଲିଭ୍ ମଧ୍ୟ ମିଳିବ। ୟୁଜିସି ଏସମ୍ପର୍କିତ ସମସ୍ତ ଅଧିସୂଚନା ସବୁ ମେଡିକାଲ କଲେଜ ଓ ୟୁନିଭରସିଟିକୁ ଜାରି କରିଛି। ନୂଆ ନିୟମକୁ କଡାକଡି ଭାବେ ପାଳନ କରିବାକୁ ୟୁଜିସି ନିର୍ଦ୍ଦେଶ ଦେଇଛି।

Leave A Reply

Your email address will not be published.