ଠକେଇ ଅଭିଯୋଗରେ ଗିରଫ ହେଲେ ଏକ ୱେବ୍ ଚ୍ୟାନେଲ ମାଲିକ

0

ଭୁବନେଶ୍ୱର(ଆମ ଟିଭି): ମହଙ୍ଗା ପଡ଼ିଲା ଟଙ୍କା ନେଇ ଠକିବା । ନିଜକୁ ସମ୍ବାଦିକ କହି ଲୁଟିବାକୁ କରିଥିଲେ ଯୋଜନା, ହେଲେ ଆଜି ସର୍ବସମ୍ମୁଖରେ ଧରା ପଡ଼ିଗଲେ । ଠକେଇ ଅଭିଯୋଗରେ ଏକ ୱେବ ଚ୍ୟାନଲ ତଥା ଖବରକାଗଜ ମାଲିକ ଗିରଫ ହୋଇଛନ୍ତି। ସେ ହେଉଛନ୍ତି ସୁରଜିତ ଧଳ। ଆଜି ଇଓଡବ୍ଲୁ ତାଙ୍କୁ ଗିରଫ କରିଛି। ତାଙ୍କୁ ଇଭୋସ ବିଲଡର କଂପାନୀଠାରୁ ଏକ କୋଟି ଟଙ୍କା ଠକି ନେବା ଅଭିଯୋଗରେ ଗିରଫ କରାଯାଇଛି।

ଘଟଣାରୁ ଜଣାପଡିଛି ଯେ ସୁରଜିତ ମିଡିଆର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ଏବଂ ବେଶ ପତିୟାରା ଅଛି ଏବଂ ଇଭୋସ କଂପାନୀର ବିଡିଏ କ୍ଲିୟରାନସ କାମ କରାଇଦେବେ ବୋଲି କହିଥିଲେ। ସେହି ଅନୁସାରେ ଇଭୋସ କଂପାନୀ ତରଫରୁ ତାଙ୍କୁ ଏକ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ପରବର୍ତ୍ତି ସମୟରେ ସେ ଦୁଇଟି ଦାମୀ କାର ନେବାକୁ ଦାବୀ କଲେ। ଫଳରେ ତାଙ୍କ ଗୋଟିଏ ଅଡି ଏବଂ ଆଉ ଏକ ମର୍ସିଡିଜ କାର ଦିଆଯାଇଥିଲା। ହେଲେ ବହୁ ମାସ ବିତିଯାଇଥିଲେ ମଧ୍ୟ ସୁରଜିତ ତାଙ୍କ କାମ କରାଇଦେଇ ନ ଥିଲେ। ଫଳରେ କଂପାନୀ ତରଫରୁ ତାଙ୍କ ଟଙ୍କା ଏବଂ କାର ଦୁଇଟି ଫେରାଇ ଦେବାକୁ କୁହାଯାଇଥିଲା। ସେ ବହୁ ବୁଲାଇବା ପରେ କାର ଦୁଇଟି ଫେରାଇ ଦେଇଥିଲେ। ହେଲେ ଟଙ୍କା ଫେରାଇବାକୁ ଧରାଛୁଆଁ ଦେଇ ନ ଥିଲେ। ଶେଷରେ ଅଭିଯୋଗ ପାଇବା ପରେ ଆଜି ତାଙ୍କୁ ଇଓଡବ୍ଲୁ ଗିରଫ କରିଛି ।

Leave A Reply

Your email address will not be published.