ଟିଏମସି ନେତାଙ୍କୁ ଗୁଳିକରି ହତ୍ୟା

0

କୋଲକାତା: ଟିଏମସି ନେତାଙ୍କୁ ଗୁଳିକରି ହତ୍ୟା । ପଶ୍ଚିମବଙ୍ଗ ମୁର୍ସିବାଦରେ ଟିଏମସି ନେତା ସତ୍ୟନ ଚୌଧୁରୀଙ୍କୁ ଗୁଳିକରି ହତ୍ୟା କରାଯାଇଛି । କିଛି ଅଜ୍ଞାତ ବ୍ୟକ୍ତି ସତ୍ୟନଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ରବିବାର ମଧ୍ୟାହ୍ନରେ ବହରାମପୁର ଚଲଟିୟା ଠାରେ କିଛି ଅଜଣା ବ୍ୟକ୍ତି ବାଇକରେ ଆସି ସତ୍ୟନଙ୍କୁ ଅତି ନିକଟରୁ ଗୁଳି ମାରିଥିଲେ । ଏହି ଘଟଣା ପରେ ସତ୍ୟନଙ୍କୁ ତୁରନ୍ତ ମୁର୍ସିଦାବାଦ ହସ୍ପିଟାଲକୁ ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସତ୍ୟନ ପ୍ରଥମେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କର ଅତି ନିକଟତର ଥିଲେ । ପରେ ସେ ଟିଏମସିରେ ଯୋଗ ଦେଇଥିଲେ । ହେଲେ ଏବେ କିଛିଦିନ ତଳେ ଟିଏମସି ସହ ସତ୍ୟନଙ୍କର ସଂପର୍କ ଠିକ୍ ନ ଥିଲା । ଏସବୁ ଭିତରେ ସତ୍ୟନକୁ କିଏ ଓ କାହିଁକି ହତ୍ୟା କଲା ତା ଉପରେ ତଦନ୍ତ କରୁଛି ସ୍ଥାନୀୟ ପୋଲିସ ।

 

Leave A Reply

Your email address will not be published.