ଚର୍ଚ୍ଚାରେ ଅଶ୍ୱିନୀ-ଅରିନ୍ଦମଙ୍କ ଭେଟଘାଟ୍

0

ଭୁବନେଶ୍ୱର(ଆମ ଟିଭି): ପୁଣି ଚର୍ଚ୍ଚାରେ ଅଭିନେତା ଅରିନ୍ଦମ ରାୟ । ଓଲିଉଡ ସୁପରଷ୍ଟାର ତଥା ବିଜେଡି ନେତା ଅରିନ୍ଦମ୍ ରାୟ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଛନ୍ତି। କଟକ ଆଠଗଡ ଅନ୍ତର୍ଗତ ଧବଳେଶ୍ୱର ନିକଟରେ ଏକ ଘରୋଇ ରିସର୍ଟରେ ଏହି ବୈଠକ ଅନୁଷ୍ଠିତ ହୋଇଛି।

୨୦୧୯ ନିର୍ବାଚନ ପରଠାରୁ ଚର୍ଚ୍ଚା ଅନୁଯାୟୀ, ଆଗାମୀ ୨୦୨୪ ନିର୍ବାଚନ ପାଇଁ ଅରିନ୍ଦମ୍ କଟକର ଯେକୌଣସି ଆସନରୁ ପ୍ରାର୍ଥୀ ହୋଇପାରନ୍ତି। ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀଙ୍କ ସହ ଅଭିନେତାଙ୍କ ସାକ୍ଷାତ ଓଡ଼ିଶା ରାଜନୀତିରେ ଆଲୋଚନା ପାଇଁ ଖୋରାକ ଯୋଗାଇବ। ତେବେ ଅଭିନେତା ଏବଂ ଅଶ୍ୱିନୀ ଏକ ରୁଦ୍ଧଦ୍ୱାର କରିଥିଲେ।

 

Leave A Reply

Your email address will not be published.