ନୂଆଦିଲ୍ଲୀ: ମାଳଦ୍ୱୀପ ଓ ମୋଦୀଙ୍କୁ ନେଇ ଜାତୀୟ ରାଜନୀତି ଏବେ ଉଠୁଛି ପଡ଼ୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ୱୀପ ଭିଜିଟ୍ ଉପରେ ମାଳଦ୍ୱୀପ ମନ୍ତ୍ରୀ ଦେଇଥିବା ଆପତ୍ତିଜନକ ଟିପ୍ପଣୀକୁ ନେଇ ତିକ୍ତ ହେଉଛି ଦୁଇ ଦେଶର ସମ୍ପର୍କ। ଏ ପ୍ରସଙ୍ଗରେ ଆଜି ଭାରତ ମାଳଦ୍ୱୀପ ହାଇ କମିଶନର ବା ରାଷ୍ଟ୍ରଦୂତ ଇବ୍ରାହିମ ଶାହିବଙ୍କୁ ସମନ ପଠାଇଛି। ସମନ କରିବାର କିଛି ସମୟ ପରେ ମାଳଦ୍ୱୀପ ରାଷ୍ଟ୍ରଦୂତ ଦିଲ୍ଲୀର ବୈଦେଶିକ ମନ୍ତ୍ରଣାଳୟରେ ପହଞ୍ଚିଥିବା ଚର୍ଚ୍ଚା ହେଉଛି।
ମାଳଦ୍ୱୀପ ରାଷ୍ଟ୍ରଦୂତ ବୈଦେଶିକ ମନ୍ତ୍ରଣାଳୟରେ ପହଞ୍ଚିବା ସମୟର କିଛି ଦୃଶ୍ୟ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି। ସୋଶାଲ ମିଡିଆରେ ପୋଷ୍ଟ ଭିଜୁଆଲରେ ଦେଖିବାକୁ ମିଳୁଛି ଯେ, ମାଳଦ୍ୱୀପ ରାଷ୍ଟ୍ରଦୂତ ଦିଲ୍ଲୀର ବୈଦେଶିକ ମନ୍ତ୍ରଣାଳୟର ଦକ୍ଷିଣ ବ୍ଲକରେ ପହଞ୍ଚିଥିଲେ।