ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଏକ ଆଶ୍ଚର୍ଯ୍ୟ ଖବର ଆପଣ ଯଦି ଟିଭି ଦେଖୁଥାନ୍ତି, ତାହେଲେ ଏହି ଖବର ଆପଣଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ନୂଆ ବର୍ଷରୁ ଟିଭି ଦେଖିବା ପାଇଁ ଆପଣଙ୍କୁ ଖର୍ଚ୍ଚ କରିବା ପାଇଁ ପଡିବ ଅଧୀକ ଟଙ୍କା । ଜି ଏଣ୍ଟରଟେନମେଣ୍ଟ, ଭାୟାକମ୍ ୧୮ ଏବଂ ସୋନି ପିକଚର୍ସ ନେଟୱାର୍କ ଇଣ୍ଡିଆ ଭଳି ଦେଶର ପ୍ରମୁଖ ପ୍ରସାରଣକାରୀ ସଂସ୍ଥାମାନେ ସେମାନଙ୍କ ଟିଭି ଚ୍ୟାନେଲଗୁଡିକର ମାସିକ ଟାରିଫ୍ ବୃଦ୍ଧି କରି ସାଧାରଣ ଲୋକମାଙ୍କୁ ଆଶ୍ଚର୍ୟ୍ୟ କରିଦେଇଛନ୍ତି । ଏହି ଚ୍ୟାନେଲ ଦେଖୁଥିବା ଲୋକମାନଙ୍କ ଏବେ ଅଧିକ ଟଙ୍କାର ରିଚାର୍ଜ କରିବାକୁ ପଡିବ ।
ଭାୟାକମ ୧୮ ଏବଂ ନେଟୱାର୍କ ୧୮ ର ପ୍ରସାରଣ ଶାଖା ଏହାର ଚ୍ୟାନେଲଗୁଡିକର ମାସିକ ଟାରିଫ ୨୦ ରୁ ୨୫ ପ୍ରତିଶତ ବୃଦ୍ଧି କରିବାର ନିଷ୍ପତି ନେଇଛି । ଜି ଏଣ୍ଟରଟେନମେଣ୍ଟ ଚ୍ୟାନେଲଗୁଡିକର ହାର ୯ ରୁ ୧୦ ପ୍ରତିଶତ ବୃ୍ଦ୍ଧି କରିଛି ଏବଂ ସୋନି ଚ୍ୟାନେଲ ହାରକୁ ୯ ରୁ ୧୦ ପ୍ରତିଶତ ବୃଦ୍ଧି କରିଛି । ଏବେ ପର୍ୟ୍ୟନ୍ତ ଡିଜ୍ନି ଷ୍ଟାର ତରଫରୁ ଟାରିଫ୍ ବୃଦ୍ଧି ନେଇ କୌଣସି ସୂଚନା ଦିଆଯାଇନାହିଁ ।