ଏଣିକି ଶିକ୍ଷକ ବି ଦେବେ ନିଶା ଗ୍ରହଣ କରୁନଥିବା ଅଣ୍ଡରଟେକିଂ

0

ଭୁବନେଶ୍ୱର(ଆମ ଟିଭି): କେବଳ ଛାତ୍ରଛାତ୍ରୀ ନୁହେଁ, ଶିକ୍ଷକ ବି ଦେବେ ଅଣ୍ଡରଟେକିଂ । କ୍ୟାମ୍ପସ ହେବ ସଂପୂର୍ଣ୍ଣ ନିଶା ମୁକ୍ତ । ଏଣିକି ଅଧ୍ୟାପକ ବି ଦାଖଲ କରିବେ ନିଶା ଗ୍ରହଣ କରୁନଥିବା ଅଣ୍ଡରଟେକିଂ । ବିଧାନସଭା ଷ୍ଟାଣ୍ଡିଂ କମିଟି ଏନେଇ ସୁପାରିଶ କରିଛି । ଆଜି ବିଧାନସଭାରେ ବସିଥିବା ଷ୍ଟାଣ୍ଡିଂ କମିଟି ବୈଠକରେ ସୁପାରିଶ କରାଯାଇଥିବା କମିଟି ଅଧ୍ୟକ୍ଷ ଭୂପିନ୍ଦର ସିଂହ ସୂଚନା ଦେଇଛନ୍ତି ।

ଆଗରୁ ଛାତ୍ରଛାତ୍ରୀ ନିଶା ଗ୍ରହଣ କରୁନଥିବା ଅଣ୍ଡରଟେକିଂ ଦାଖଲ କରୁଥିଲେ । ଏବେ କିନ୍ତୁ ଅଧ୍ୟାପକଙ୍କୁ ବି ଦାଖଲ କରିବାକୁ ପଡ଼ିବ । ରାଜ୍ୟର ସବୁ ଯୁକ୍ତ ଦୁଇ, ଯୁକ୍ତ ତିନି ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକଙ୍କ ପାଇଁ ସୁପାରିଶ କରାଯାଇଥିବା କମିଟି ଅଧ୍ୟକ୍ଷ ଭୂପିନ୍ଦର ସିଂହ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.