ସବୁ କଥା ଦେହକୁ ନେଇ ଯାଉଛନ୍ତି ମୋଦି: ମଲ୍ଲିକାର୍ଜୁନ ଖଡ଼ଗେ

0

ନୂଆଦିଲ୍ଲୀ: ସବୁ କଥା ଦେହକୁ ନେଇ ଯାଉଛନ୍ତି ମୋଦି। ପ୍ରତିଟି ଜିନିଷକୁ ବ୍ୟକ୍ତିଗତ ଭାବେ ନେଉଛନ୍ତି।’ ଭାରତ-ମାଳଦ୍ୱୀପ ବିବାଦ ଜୋର୍ ଧରିଥିବା ବେଳେ ଏହାର ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଭଳି କିଛି ଟାର୍ଗେଟ୍ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ।

କର୍ଣ୍ଣାଟକର କଲବୁର୍ଗୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହେବା ବେଳେ ମାଳଦ୍ୱୀପର ମନ୍ତ୍ରୀମାନେ ମୋଦିଙ୍କ ବିରୋଧରେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟକୁ ନେଇ କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି, ‘ନରେନ୍ଦ୍ର ମୋଦି ସତ୍ତାକୁ ଆସିବା ପରେ ପ୍ରତିଟି ଜିନିଷକୁ ବ୍ୟକ୍ତିଗତ ରୂପେ ନେଉଛନ୍ତି।

ସେ ସବୁ କଥାକୁ ଦେହକୁ ନେଇ ଯାଉଛନ୍ତି। ଅନ୍ତରାଷ୍ଟ୍ରୀୟ ସ୍ତରରେ ଆମକୁ ଆମ ପଡୋଶୀମାନଙ୍କ ସହ ଭଲ ସମ୍ପର୍କ ରଖିବା ଉଚିତ। ସମୟ ହିସାବରେ କାମ କରିବା ଉଚିତ। ଆମେ ଆମ ପଡୋଶୀଙ୍କୁ ବଦଳାଇ ପାରିବା ନାହିଁ।’

Leave A Reply

Your email address will not be published.