ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ପାଇଁ ଲୋଗୋ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ଭୁବନେଶ୍ୱର : ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ପାଇଁ ଗୁରୁବାର ଲୋଗୋ ଉନ୍ମୋଚିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋଗୋ ଉନ୍ମୋଚନ କରିଛନ୍ତି। ଲୋଗୋର ଟ୍ୟାଗଲାଇନ୍ ଭାଷା ହିଁ ଭବିଷ୍ୟତ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା କରିଛନ୍ତି।

ଫେବ୍ରୁଆରୀ ୩ ରୁ ୫ ତାରିଖ ପର୍ୟ୍ୟନ୍ତ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ବହୁ ବୁଦ୍ଧିଜୀବୀ, ଗବେଷକ, ବିଦ୍ୱାନ ଓ ଛାତ୍ରଛାତ୍ରୀ ଏକାଠି ହେବେ। ମତ ବିନିମୟ ପାଇଁ ଏହି ସମ୍ମିଳନୀ ଏକ ସୁନ୍ଦର ମଞ୍ଚ ଭାବେ କାର୍ୟ୍ୟ କରିବ।

Leave A Reply

Your email address will not be published.