ପୁରୀ(ଆମ ଟିଭି): ଆସନ୍ତା ୧୭ ତାରିଖରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ହେବ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବେ। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପୁରୀ ସହରକୁ ସଜେଇ ଦିଆଯାଇଛି। ରଙ୍ଗ ବେରଙ୍ଗ ର ଆଲୋକ ମାଳା, ୱାଲ ପେଣ୍ଟିଂ ରେ ଝଲସୁଛି ପୁରୀ ସହର। ବିଶେଷ କରି ସଂଧ୍ୟା ରେ ପୁରୀ ସହର ସୌନ୍ଦର୍ୟ୍ୟ ଦ୍ଵି ଗୁଣିତ ହୋଇ ଯାଉଚି। ରଙ୍ଗ ବେରଙ୍ଗର ଆଲୋକ ମାଳା କୁ ଦେଖି ଭକ୍ତ ଓ ପର୍ୟ୍ୟଟକ ବିମୋହିତ ହେଉଛନ୍ତି। ଶ୍ରୀମନ୍ଦିରର ମେଘନାଦ ପାଚେରୀକୁ ଆଲୋକରେ ସଜାଯାଇଛି। ଯାହାକୁ ଦେଖି ଭକ୍ତ ବେଶ୍ ଖୁସି ହେଉଛନ୍ତି।
ଅନେକ ଏହି ସୁନ୍ଦର ଦୃଶ୍ୟକୁ ନିଜ ମୋବାଇଲରେ ଭିଡ଼ିଓ କରି ସ୍ମୃତି ସାଇତି ରଖିଛନ୍ତି। ବଡ ଦାଣ୍ଡ ରେ ଆକର୍ଷଣୀୟ ଲାଇଟ୍ ବ୍ୟବସ୍ଥା ହୋଇଚି। ବିଭିନ୍ନ ରଙ୍ଗରେ ଝଲସୁଛି ବଡ ଦାଣ୍ଡ ଓ ଦୁଇ ପାଖରେ ଥିବା କୋଠା ଘର ଗୁଡିକ। ଶ୍ରୀଗୁଣ୍ଡିଚା ମନ୍ଦିରରେ ଏଲ ଇ ଡି ଲାଇଟ୍ ବେଶ୍ ଚମତ୍କାର ହୋଇଚି। ଯିଏ ଦେଖୁଚି କିଛି ସମୟ ଅଟକି ଯିବାକୁ ବାଧ୍ୟ ହେଉଛି। ଗୁଣ୍ଡିଚା ମନ୍ଦିର ର ଶୋଭା ଏହି ଲାଇଟ୍ ଦ୍ବାରା ଆହୁରି ଅନେକ ବଢ଼ିଯାଇଛି। ପୁରୀ ସହର ପ୍ରମୁଖ ରାସ୍ତା ଭିଆଇପି ରୋଡ, କଲେଜ ରୋଡ଼, ଟାଉନ୍ ହଲ୍ ଛକ, ଷ୍ଟେସନ ରୋଡ, ସମୁଦ୍ର କୁଲ ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟି ଗୁଡିକ ରେ ଆକର୍ଷଣୀୟ ଅଲୋକ ସଜା କରଯାଇଛି। ଯାହାକି ସହରକୁ ନୁଆ ରୂପ ଦେଇଚି। ରାସ୍ତା କଡରେ ଥିବା ଗଛ ଗୁଡ଼ିକୁ ରଙ୍ଗ ବେରଙ୍ଗର ଲିଚୁ ଲାଇଟ୍ ରେ ସଜା ଯାଇଛି।