ଭୁବନେଶ୍ୱର(ଆମ ଟିଭି): ନିର୍ବାଚନ ପାଇଁ ଅଣ୍ଟା ଭିଡିଲାଣି କଂଗ୍ରେସ । ଲୋକସଭା ନିର୍ବାଚନ ୨୦୨୪ ଏବଂ ଓଡ଼ିଶା ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି କଂଗ୍ରେସ । ନିର୍ବାଚନୀ ରଣନୀତି ସହ ପ୍ରଚାର ପାଇଁ ନିର୍ବାଚନ କମିଟି ଘୋଷଣା କରିଛି ଏଆଇସିସି । ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଜଣେ ଅଧ୍ୟକ୍ଷଙ୍କ ସହ ୧୮ ସଦସ୍ୟ ସ୍ଥାନୀତ ହୋଇଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକ ନିର୍ବାଚନ କମିଟିର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି ।
ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଉକ୍ତ କମିଟିକୁ ଅନୁମୋଦନ କରିଛନ୍ତି ବୋଲି ଏଆଇସିସିର ସାଧାରଣ ସମ୍ପାଦକ (ସଂଗଠନ) ଭେଣୁ ଗୋପାଳ ଏକ ତାଲିକା ଘୋଷଣା କରିଛନ୍ତି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ରାଜ୍ୟ ନିର୍ବାଚନ କମିଟିର ଅଧ୍ୟକ୍ଷ ରହିଥିବାବେଳେ ୧୮ ଜଣ ସଦସ୍ୟ ଭାବେ ଉକ୍ତ କମିଟିର ସ୍ଥାନ ପାଇଛନ୍ତି । ତେବେ ବରିଷ୍ଠ ବିଧାୟକ ସୁର ରାଉତରାୟ, ତାରା ବାହିନୀପତି ଏହି କମିଟିରୁ ବାଦ୍ ପଡ଼ିଛନ୍ତି ।