ୟୁକ୍ରେନ୍‌ ଉପରେ ଲଗାତାର ୪୦ଟି ମିଶାଇଲ ମାଡ଼ କଲା ଋଷ୍‌

0

ନୂଆଦିଲ୍ଲୀ(ଆମ ଟିଭି): ଋଷ ୟୁକ୍ରେନ ଯୁଦ୍ଧ ଏବେ ବି ଜାରି ରହିଛି। ୟୁକ୍ରେନ୍‌ ବାୟୁ ପ୍ରତିରକ୍ଷା ନେଇ ବଳ ଗୋଟାଉଥିବା ବେଳେ ରାତାରାତି ଜୋରଦାର ହମ୍‌ଲା କରିଛି ଋଷ। ଶନିବାର ୟୁକ୍ରେନ ବାୟୁସେନା ଏହି ସୂଚନା ଦେଇଛନ୍ତି। ଶତ୍ରୁପକ୍ଷର ମୋଟ୍‌ ୪୦ ଏୟାର ଷ୍ଟ୍ରାଇକ କରିଥିବା ନେଇ ରେକର୍ଡ କରାଯାଇଥିବା କହିଛି ୟୁକ୍ରେନ। ଏପରିକି ୟୁକ୍ରେନ ୮ଟି କ୍ଷେପଣାସ୍ତ୍ର ନଷ୍ଟ କରିଛି।

ୟୁକ୍ରେନର ବାୟୁସେନା କହିଛି ଯେ ଋଷ କ୍ରୁଜ୍, ବାଲାଷ୍ଟିକ୍, ଆଣ୍ଟି ଏୟାରକ୍ରାପ୍ଟ ମିଶାଇଲ ଏବଂ ଡ୍ରୋନ୍ ଭଳି ବିଭିନ୍ନ ଅସ୍ତ୍ରଶସ୍ତ୍ର ସହିତ ଆକ୍ରମଣ ଆରମ୍ଭ କରିଛି। ବାୟୁସେନା କହିଛି ଯେ “ଯୁଦ୍ଧ ଇଲେକ୍ଟ୍ରୋନିକ୍ସ ସିଷ୍ଟମ ନିୟୋଜିତ କରାଯାଉଥିବାରୁ “୨୦ରୁ ଅଧିକ ଡିଭାଇସ” ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ବିଫଳ ହୋଇଛି। ମୁଖପାତ୍ର ୟୁରୀ ଇଗନାଟ କହିଛନ୍ତି ଯେ “ହୁଏତ ସେସବୁ ପଡ଼ିଆରେ ଖସିପଡ଼ିଥିବ କିମ୍ବା ବାୟୁରେ ବିସ୍ଫୋରଣ ହୋଇଥାଇପାରେ କିମ୍ବା ଆମର ପ୍ରତିରକ୍ଷା ବଳର ରେଡିଓ-ଇଲେକ୍ଟ୍ରୋନିକ୍ ଦ୍ୱାରା ସେମାନେ ପ୍ରଭାବିତ ହୋଇଥିଲେ।” ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ରେକର୍ଡ କରାଯାଇନାହିଁ।

Leave A Reply

Your email address will not be published.