ଭୁବନେଶ୍ୱର(ଆମ ଟିଭି): ଆଜିଠୁ ପର୍ୟ୍ୟଟକଙ୍କ ପାଇଁ ଖୋଲିଛି ଭିତରକନିକା । କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ଭିତରକନିକା ବନ୍ଦ ଥିଲା । ଗତ ୪ରୁ ୧୩ ତାରିଖ ଯାଏଁ ପର୍ୟ୍ୟଟକଙ୍କ ପାଇଁ ବନ୍ଦ ଥିଲା । ଭିତରକନିକା ଅଭୟାରଣ୍ୟରେକୁମ୍ଭୀର ସଂଖ୍ୟାରେ ବୃଦ୍ଧି ଘଟିଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ୧୮ଟି କୁମ୍ଭୀର ବଢ଼ିଛନ୍ତି । କୁମ୍ଭୀର ବୃଦ୍ଧି ଗଣନା ପରେ ଡିଏଫ୍ଓ ସୁଦର୍ଶନ ଗୋପିନାଥ ଯାଦବ ଏହି ସୂଚନା ଦେଇଛନ୍ତି।
ଗତବର୍ଷ ଭିତରକନିକାରେ ୧, ୭୯୩ କୁମ୍ଭୀର ଥିଲା। ଏବେ ଏହି ସଂଖ୍ୟା ୧, ୮୧୧ରେ ପହଞ୍ଚିଛି। ଭିତରକନିକାରେ କୁମ୍ଭୀର ଗଣନା ଲାଗି ୨୨ଟି ଟିମ୍ ନିୟୋେଜିତ ହୋଇଥିଲେ। ୫୧ଟି ସେଗମେଣ୍ଟରେ କୁମ୍ଭୀର ଗଣନା ହୋଇଥିଲା।