ପୁରୀ(ଆମ ଟିଭି): ପୁରୀରେ କରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟବ୍ୟାପୀ ଉତ୍ସବର ମାହୋଲ । ପବିତ୍ର ମକର ସଂକ୍ରାନ୍ତି ଅବସରରେ ମହାଯଜ୍ଞର ଆରମ୍ଭ ହୋଇଥିବା ବେଳେ ଶ୍ରୋତୀୟ ବ୍ରାହ୍ମଣ ମାନଙ୍କ ବେଦପାଠ ଓ ପୂଜାର୍ଚ୍ଚନାରେ ପ୍ରକମ୍ପିତ ହେଉଛି ଚତୂର୍ଦ୍ଦିଗ । ଶ୍ରୀମନ୍ଦିର ଚାରିଦ୍ୱାରେ ବେଦପାଠ ସାଙ୍ଗକୁ ନାମ ସଂକୀର୍ତନରେ ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକତାର ମାହୋଲ ।
୬୦ ଜଣ ବିଦ୍ୟାର୍ଥୀ ଏହି ବେଦ ପାଠ କରୁଛନ୍ତି । ସିଂହଦ୍ୱାରରେ ଋକ ବେଦ, ପଶ୍ଚିମଦ୍ୱାରରେ ସାମ ବେଦ , ଉତର ଦ୍ୱାରରେ ଅଥର୍ବ ବେଦ ଓ ଦକ୍ଷିଣ ଦ୍ୱାରରେ ଯଜୁର୍ବେଦ ପାଠ କରାଯାଉଛି । ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କାର୍ୟ୍ୟକ୍ରମକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତାକାଲି ଗଜପତି ମହାରାଜ ଦିବ୍ୟସିଂହ ଦେବ ଯଜ୍ଞର ପୂର୍ଣ୍ଣାହୁତି ଦେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ୟ୍ୟକ୍ରମରେ ଯୋଗଦେବା ସହିତ ପରିକ୍ରମା ପ୍ରକଳ୍ପର ଉଦଘାଟନ କରିବେ । ସେପଟେ ପରିକ୍ରମା ପ୍ରକଳ୍ପର ଲୋକର୍ପଣ କାର୍ୟ୍ୟକ୍ରମକୁ ନେଇ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।