ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଆଉ ମାତ୍ର ୬ ଦିନ ବାକି: ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

0

ନୂଆଦିଲ୍ଲୀ(ଆମ ଟିଭି): ସାରା ଦେଶରେ ଏବେ ଉତ୍ସବର ମାହୋଲ । ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ଆଉ ମାତ୍ର ୬ଦିନ । ଆଜିଠୁ ବିଜ୍ଞ ପଣ୍ଡିତଙ୍କ ମନ୍ତ୍ରଧ୍ୱନି ଏବଂ ପୂଜାର୍ଚ୍ଚନା ମଧ୍ୟରେ ପ୍ରାଣ ପ୍ରତିଷ୍ଠାର ପ୍ରାକ ପୂଜାବିଧି ଆରମ୍ଭ ହେବ । ୧୮ତାରିଖରେ ଗର୍ଭଗୃହରେ ସ୍ଥାପନ ହେବ ରାମଲାଲାଙ୍କ ପ୍ରତିମୂର୍ତି, ୨୨ତାରିଖରେ କରାଯିବ ପ୍ରାଣ ପ୍ରତିଷ୍ଠା । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟବୋର୍ଡର ମହାସଚିବ ଚମ୍ପତରାୟ ସାମ୍ବାଦିକ ସମ୍ମିଳନୀରେ ୬ଦିନ ଧରି ଚାଲିବାକୁ ଥିବା ସମସ୍ତ କାର୍ୟ୍ୟକ୍ରମକୁ ନେଇ ସୂଚନା ଦେଇଛନ୍ତି ।

ଆଜିଠୁ ପ୍ରାଣ ପ୍ରତିଷ୍ଠାର ପ୍ରାକ ପୂଜାବିଧି ଆରମ୍ଭ ହେବାକୁ ଥିବା ବେଳେ ୨୧ତାରିଖ ଯାଏ ରାମ ଲାଲାଙ୍କ ବିଭନ୍ନ ଅଧିବାସ, ଜଳାଧିବାସ, ଶଯ୍ୟାବାସ ଔଷଧିବାସ କାର୍ୟ୍ର୍ୟକ୍ରମ ମାନ ଅନୁଷ୍ଠିତ ହେବ । ୨୨ ତାରିଖ ଦିନ ୧୨ଟାରୁ ୧ଟା ମଧ୍ୟରେ ୪୦ମିନିଟ୍ ଧରି ଅନୁଷ୍ଠିତ ହେବ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ୟ୍ୟକ୍ରମ । ଏହା ପୂର୍ବରୁ ୧୮ତାରିଖରେ ଗର୍ଭଗୃହରେ ରାମଲାଲାଙ୍କ ୫ବର୍ଷ ବାଳକ ସ୍ୱରୁପର ପ୍ରତିମା ସ୍ଥାପନ କରାଯିବ । ଏହ ପ୍ରତିମାର ଓଜନ ୧୫୦ରୁ ୨୦୦କିଲୋଗ୍ରାମର । ମହୀଶୂରର ପ୍ରସିଦ୍ଧ ଶୀଳ୍ପି ଅରୁଣ ଯୋଗୀରାଜଙ୍କ ଦ୍ୱାର ନିର୍ମିତ ପ୍ରତିମା ସହ ପୂରାତନ ପ୍ରତିମା ମଧ୍ୟ ଗୃହରେ ସ୍ଥାନ ପାଇବ । କାଶୀର ଗଣେଶ୍ୱର ଶାସ୍ତ୍ରୀ ଏହି ଦିବ୍ୟ ମୂହୁର୍ତକୁ ସ୍ଥିର କରିଥିବା ବେଳେ ମୋଟ ୧୨୧ଜଣ ଆଚାର୍ୟ୍ୟ କର୍ମକାଣ୍ଡକୁ ସମାପନ କରିବେ ।

Leave A Reply

Your email address will not be published.