ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି

0

ଭୁବନେଶ୍ୱର: ନିର୍ବାଚନ ପାଖେଇ ଆସୁଥିବାରୁ, ଏବେଠୁ ଆରମ୍ଭ ହେଲାଣି ରାଜନୀତି । ଏହାରି ଭିତରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି । ଦୀର୍ଘଦିନ ଧରି ଗୋଟିଏ ପଦବୀରେ ଥିବା ଅଧିକାରୀଙ୍କ ବଦଳି ଦାବି କରିଛି ଦଳ । ଡିସେମ୍ବର ୧ରେ ରାଜ୍ୟ ସରକାରଙ୍କୁ କମିଶନ ଚିଠି କରିଥିଲେ । ଜାନୁଆରୀ ୩୧ ଶେଷ ତାରିଖ ଥିବା ସତ୍ୱେ ରାଜ୍ୟ ସରକାର ନିର୍ଦ୍ଦେଶକୁ କାର୍ୟ୍ୟକାରୀ କରିନଥିବା ଅଭିଯୋଗ ହୋଇଛି ।

ବିଜେପି ଆହୁରି ଅଭିଯୋଗ କରିଛି ଯେ ରାଜ୍ୟରେ ୧୦ ଜିଲ୍ଲାର ଜିଲ୍ଲାପାଳ ୩ ବର୍ଷରୁ ଅଧିକ ସମୟ ଧରି ଜିଲ୍ଲାରେ ରହିଛନ୍ତି । ସେହିପରି ଏକାଧିକ ଆଇଏଏସ ଓ ଆଇପିଏସ୍ ମଧ୍ୟ ଦୀର୍ଘଦିନ ଧରି ଗୋଟିଏ ପଦବୀରେ ରହିଛନ୍ତି । ତେଣୁ ରାଜ୍ୟ ସରକାର କମିଶନଙ୍କ ସୁପାରିସକୁ କାର୍ୟ୍ୟକାରୀ ନକଲେ, ଖୁବଶୀଘ୍ର ନିର୍ବାଚନ ଅଧିକାରଙ୍କ ଦ୍ୱାରସ୍ଥ ହେବ ବୋଲି ବିଜେପି କହିଛି ।

Leave A Reply

Your email address will not be published.