ଆହୁରି ୫ ଦିନ ଲାଗି ରହିବ ଘନ କୁହୁଡି

0

ନୂଆଦିଲ୍ଲୀ: ସାରା ଦେଶରେ ଜାରି ରହିଛି ଶୀତ ଲହରୀ । ଉତ୍ତର ଭାରତ, ପାହାଡି ଅଞ୍ଚଳ ଠାରୁ ଆରମ୍ଭ କରି ଅଧିକାଂଶ ସ୍ଥାନରେ ହାଡ ଭଙ୍ଗା ଜାଡ କାରଣରୁ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡିଛି। ଘନ କୁହୁଡି ସାଙ୍ଗକୁ ଭୀଷଣ ଶୀତ ଲହରୀ ସମସ୍ୟାକୁ ଆହୁରି ବଢାଇ ଦେଇଛି। ଦୃଶ୍ୟମାନ କମ ହେବା କାରଣରୁ ଯାତାୟାତ ପାଇଁ ବାଧା ସୃଷ୍ଟି ହୋଇଛି। ଦିଲ୍ଲୀରେ ୩୮୦ରୁ ଅଧିକ ବିମାନ ଉଡାଣରେ ବିଳମ୍ବ ହୋଇଛି। ୩୫ଟି ବିମାନକୁ ବାତିଲ କରାଯାଇଛି। ଏହାସହ ୧୨୫ଟି ଟ୍ରେନ ବିଳମ୍ବରେ ଚାଲୁଛି। ହରିୟାଣାର ମନ୍ଦ୍ରେଗଡ ଓ ପଞ୍ଜାବର ଶହୀଦ ଭଗତ ସିଂ ନଗରରେ ତାପମାତ୍ରା ଶୂନରୁ ତଳକୁ ଖସି ଯାଇଛି।

ଅନ୍ୟ ବହୁ ସହରରେ ସମାନ ପରିସ୍ଥିତି ଦେଖାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଉତ୍ତର ଭାରତରେ ଆସନ୍ତା ୫ ଦିନ ଘନ କୁହୁଡି ସମସ୍ୟା ଲାଗି ରହିବାର ସମ୍ଭାବନା ରହିଛି। ଅଧିକାଂଶ ଅଞ୍ଚଳରେ ଭୀଷଣ ଥଣ୍ଡା ଅନୁଭୂତ ହେବ।

Leave A Reply

Your email address will not be published.