ଭୂକମ୍ପରେ ଥରିଲା ଆସାମ

0

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଆସାମ । ଆସାମର ଦାରଙ୍ଗରେ ବୁଧବାର ସକାଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି।ଭାରତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ ଏହି ଭୂକମ୍ପ ଝଟକାର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ରେକର୍ଡ କରାଯାଇଛି। ଭୂମିକମ୍ପର ଝଟକା ଦାରଙ୍ଗ ଅଞ୍ଚଳରେ ସକାଳ ୭ଟା ୫୪ରେ ଅନୁଭୂତ ହୋଇଛି। ଏଥିରେ ଧନଜୀବନ ହାନୀ ନେଇ କୌଣସି ସୂଚନା ମିଳିନାହିଁ।

ସୂଚନା ଯୋଗ୍ୟ, ଜମ୍ମୁ-କାଶ୍ମୀରର କିସ୍ତୱାରରେ ମଙ୍ଗଳବାର ସକାଳେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ମିଳିଥିଲା। ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ସକାଳ ୮ଟା ୫୩ ମିନିଟ୍ରେ ଏହି ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଥିଲା।

Leave A Reply

Your email address will not be published.