ଅଯୋଧ୍ୟାରେ ଜଳିଲା ୧୦୮ ଫୁଟ ଲମ୍ବର ସୁଗନ୍ଧିତ ଧୂପ କାଠି

0

ନୂଆଦିଲ୍ଲୀ: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଉଦଘାଟନ ପାଇଁ ସବୁଠି ଭକ୍ତିମୟ ପରିବେଶ । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମୟ ନିକଟତର ହେବା ସହ ପ୍ରତିଦିନ କିଛି ନା କିଛି ଭବ୍ୟ ଆୟୋଜନ ବିଷୟରେ ଶୁଣିବାକୁ ମିଳୁଛି । ବିଭିନ୍ନ ସ୍ଥାନରୁ ଆସୁଛି ଅନେକ ଉପହାର । ନବବଧୂ ପରି ସଜେଇ ହୋଇ ସାରିଲାଣି ଅଯୋଧ୍ୟା ନଗରୀ । ଏବେ ସମସ୍ତଙ୍କ ପ୍ରତୀକ୍ଷା ରହିଛି ପ୍ରତିଷ୍ଠା ଦିବସକୁ । ଏହି ଅବସରରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମହନ୍ତ ନୃତ୍ୟ ଗୋପାଳ ଦାସ ୧୦୮ ଫୁଟ ଲମ୍ବର ଏକ ସୁଗନ୍ଧିତ ଧୂପ କାଠି ଜଳାଇଛନ୍ତି । ସୁଗନ୍ଧିତ ଧୂପକାଠିଟି ଖାସ୍ ଗୁଜୁରାଟର ଭଦୋଦରାରୁ ଅଯୋଧ୍ୟାକୁ ଅଣାଯାଇଛି ।

ଜୟ ଶ୍ରୀରାମ ଧ୍ୱନି ସହ ବିଶାଳ ସମାବେଶରେ ଧୂପକାଠି ପ୍ରଜ୍ୱଳନ କରା ଯାଇଛି । ଆକାର ଅନୁସାରେ ଏହାର ସୁଗନ୍ଧ ପ୍ରାୟ ୫୦ କୋଲୋମିଟର ଯାଏଁ ପହଂଚିବ । ଏପରି ବିଶାଳ ସୁଗନ୍ଧଯୁକ୍ତ ଧୂପକାଠି ତିଆରି ପାଇଁ ଘିଅ, ଫୁଲର ଅଂଶ, ଗୋବର୍, ଅତର ତଥା ଅନେକ ଜଡିବୁଟରି ବ୍ୟବହାର କରାଯାଇଛି । ରାମ ମନ୍ଦିର ପ୍ରତିଷ୍ଠାକୁ ଆଖି ଆଗରେ ରଖି ଏହାର ପ୍ରସ୍ତୁତି କରା ଯାଇଥିବା ବେଳେ ସମ୍ପୂର୍ଣ୍ଣ ତିଆରି କରିବା ପାଇଁ ଦେଢ ମାସରୁ ଉଦ୍ଧ୍ୱର୍ ସମୟ ଲାଗି ଯାଇଥିଲା ।

Leave A Reply

Your email address will not be published.