ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ତଦନ୍ତ କମିସନ ରିପୋର୍ଟ ସାର୍ବଜନୀନ କର: ହାଇକୋର୍ଟ

0

କଟକ: ପୁଣି ଚର୍ଚ୍ଚାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲା । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ତଦନ୍ତ କମିସନ ରିପୋର୍ଟକୁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି। ରିପୋର୍ଟ ସାର୍ବଜନୀନ ପାଇଁ ସରକାରଙ୍କ ଆଭିମୁଖ୍ୟ ନେଇ ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟ ସରକାର କୋର୍ଟଙ୍କୁ ଜଣାଇବେ। ଆସନ୍ତା ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟବ୍ୟାପି ହଇଚଇ ସୃଷ୍ଟି ହୋଇଥିଲା। ରତ୍ନଭଣ୍ଡାରରୁ ବହୁ ମୂଲ୍ୟ ସାମଗ୍ରୀ ଚୋରି ହୋଇ ଯାଇଥିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ସଂଗଠନ ହୋହଲ୍ଲା କରିଥିଲେ। ଚାପକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜଷ୍ଟିସ ରଘୁବୀର ଦାସଙ୍କୁ ନେଇ ଏକ ତଦନ୍ତ କମିସନ ଗଠନ କରିଥିଲେ। କମିସନ ନିଜର ତଦନ୍ତ ଶେଷ କରି ୨୦୧୮ ନଭେମ୍ବର ୨୯ରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ହେଲେ ଏବେ ଯାଏ ଏହାକୁ ସାର୍ବଜନିତ କରାଯାଉନାହିଁ।

Leave A Reply

Your email address will not be published.