ନୂଆଦିଲ୍ଲୀ(ଆମ ଟିଭି): ଜାନୁଆରୀ ୨୨ରେ ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ସମସ୍ତେ ସେହି ଦିନକୁ ଅପେକ୍ଷା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଆ ଗାୟିକା ନମିତା ଅଗ୍ରଓ୍ବାଲଙ୍କ କଣ୍ଠରେ ରାମ ଭଜନର ଏକ ଭିଡିଓ ଏକ୍ସରେ ଶେୟାର କରିଛନ୍ତି। ଭିଡିଓ ଶେୟାର କରି ସେ କହିଛନ୍ତି, ଭାରତର ପ୍ରତ୍ୟେକ କୋଣରେ ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ଭକ୍ତି ଅଛି। ପ୍ରତ୍ୟେକ ଭାଷାରେ ମଧ୍ୟ ଆପଣ ତାଙ୍କ ପାଇଁ ଉତ୍ସର୍ଗୀକୃତ ଅନେକ ଭଜନ ପାଇବେ।
ଓଡିଆରେ ଏହିପରି ଗୋଟିଏ ପ୍ରୟାସ ହୋଇଛି। ପ୍ରଧାନମନ୍ତ୍ରୀ ଶେୟାର କରିଥିବା ଭିଡିଓର ଶୀର୍ଷକଟି ହେଉଛି, ଅଯୋଧ୍ୟା ନଗରୀ ନାଚେ ରାମଙ୍କୁ ପାଇ…। ନମିତା ଅଗ୍ରଓ୍ବାଲ ପ୍ରଭୁ ଜଗନ୍ନାଥ ହେଉ କି ଶିବ ଏବଂ ରାମଙ୍କୁ ନେଇ ଅନେକ ଭଜନ ଗାଇଛନ୍ତି। ତାଙ୍କ କଣ୍ଠର ଯାଦୁରେ ସେ ଶ୍ରୋତାମାନଙ୍କୁ ମନ୍ତ୍ରଗୁଗ୍ଧ କରନ୍ତି।