ଭୁବନେଶ୍ୱର: କଲେଜ କ୍ୟାମ୍ପସରେ ଛାତ୍ର କଂଗ୍ରେସର ପ୍ରତିବାଦ । ରାଜ୍ୟ ସରକାରଙ୍କ ନୂଆ ଓଡ଼ିଶା, ନବୀନ ଓଡ଼ିଶା କାର୍ୟ୍ୟକ୍ରମକୁ ବିରୋଧ । ଆଜି ମହର୍ଷି କଲେଜ କ୍ୟାମ୍ପସରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଉପରେ ମହାପୁରୁଷ, ସ୍ୱାଧିନତା ସଂଗ୍ରାମୀଙ୍କ ଫଟୋ ଲଗାଇଛି ଛାତ୍ର କଂଗ୍ରେସ ।
ଏହାସହ ନରେନ୍ଦ୍ର ମୋଦୀ ଓ ନବୀନ ପଟ୍ଟନାୟକଙ୍କ ଫଟୋକୁ ଜାଳିଥିବା ଦେଖିବାକୁ ମିଳିଛି ଆଗକୁ ନିର୍ବାଚନ ଆସୁଥିବାରୁ ଏଭଳି କାର୍ୟ୍ୟକ୍ରମ ଜରିଆରେ କଲେଜ କ୍ୟାମ୍ପସରେ ବିଜେଡି ଦଳୀୟ ପ୍ରଚାର କରୁଥିବା ଅଭିଯୋଗ କରିଛି ଛାତ୍ର କଂଗ୍ରେସ । ତେଣୁ ଏହାକୁ ବିରୋଧ କରି ରାଜ୍ୟର ସବୁ କଲେଜରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ନେତାଙ୍କ ମୁହଁ ଉପରେ ମହାପୁରୁଷ ଓ ସ୍ୱାଧିନତା ସଂଗ୍ରାମୀଙ୍କ ଫଟୋ ଲଗାଇବ ବୋଲି କହିଛି ଛାତ୍ର କଂଗ୍ରେସ ।