ଶାମ୍ବ ଦଶମୀରେ ଅର୍କକ୍ଷେତ୍ର କୋଣାର୍କରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି

0

କୋଣାର୍କ(ଆମ ଟିଭି): ଆଜି ହେୁଛି ପବିତ୍ର ଶାମ୍ବ ଦଶମୀ । ଶାମ୍ବ ଦଶମୀରେ ଅର୍କକ୍ଷେତ୍ର କୋଣାର୍କରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି । ଚଳଚଞ୍ଚଳ ହୋଇ ପଡିଛି ଚନ୍ଦ୍ରଭାଗା ମହୋଦଧି କୂଳ । ହଜାର ହଜାର ଶ୍ରଦ୍ଧାଳୁ ବୁଡ ପକାଇ ସୂର୍ୟ୍ୟପୂଜା କରିଛନ୍ତି । ଗାୟତ୍ରୀ ପରିବାର ପକ୍ଷରୁ ଦୀପଦାନ କରାଯାଇଛି ।

ଶାମ୍ବ ଦଶମୀରେ ଘରେ ଘରେ ସୂର୍ୟ୍ୟ ନାରାୟଣଙ୍କୁ ପୂଜାର୍ଚ୍ଚନା କରାଯାଏ । ପୁରାଣ ଅନୁସାରେ, ଭଗବାନ କୃଷ୍ଣଙ୍କ ପୁତ୍ର ଶାମ୍ବା କୁଷ୍ଠରୋଗରେ ପୀଡିତ ହୋଇଥିଲେ । ୧୨ ବର୍ଷ ଅନୁତାପ କରିବା ପାଇଁ ଚନ୍ଦ୍ରଭାଗା ମହୋଦଧି କୂଳରେ ସୂର୍ୟ୍ୟଙ୍କୁ ତପସ୍ୟା କରିଥିଲେ । ୧୨ ବର୍ଷର ତପସ୍ୟା ପରେ ସୂର୍ୟ୍ୟଙ୍କ ଠାରୁ ବରଦାନ ପାଇ କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ । ପୁରାଣର ଏହି କଥାକୁ ଆଧାର କରି ଶାମ୍ବ ଦଶମୀରେ ଘରେ ଘରେ ସୂର୍ୟ୍ୟ ପୂଜା କରାଯାଇଥାଏ । ପରିବାର ଲୋକଙ୍କ ମଙ୍ଗଳ କାମନା କରି ବିଭିନ୍ନ ପ୍ରକାର ପିଠା ପଣା, ମିଷ୍ଠାନ୍ନ ଆଦି ସୂର୍ୟ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ ଭୋଗ ଲାଗି ହୋଇଥାଏ ।

Leave A Reply

Your email address will not be published.