ତୃତୀୟ ବିବାହ କଲେ କ୍ରିକେଟର ସୋଏବ ମଲ୍ଲିକ
ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ କ୍ରିକେଟର ସୋଏବ ମଲ୍ଲିକ । ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ କ୍ୟାପ୍ଟେନ୍ ତଥା ଟେନିସ୍ ସେନ୍ସେସନ୍ ସାନିଆ ମିର୍ଜାଙ୍କ ସ୍ୱାମୀ ଶୋଏବ୍ ମଲିକ୍ ତୃତୀୟ ବିବାହ କରିଥିବା ଜଣାପଡିଛି । ଏହି ବିବାହ ଏଭଳି ସମୟରେ ହୋଇଛି ଯେତେବେଳେ ସାନିଆଙ୍କ ସହ ତାଙ୍କର ଛାଡପତ୍ର ଖବର ଚର୍ଚ୍ଚାରେ ରହିଛି । ତୃତୀୟ ବିବାହ କରି ଶୋଏବ୍ ପାକିସ୍ତାନୀ ଅଭିନେତ୍ରୀ ସନା ଜାବେଦଙ୍କୁ ନିଜ ଜୀବନ ସାଥୀ କରିଛନ୍ତି ।
ବୁଧବାର ସାନିଆ ସୋସିଆଲ ମିଡିଆରେ ଏଭଳି ଏକ ପୋଷ୍ଟ କରିଥିଲେ ଯାହାକୁ ନେଇ ଶୋଏବଙ୍କ ସହ ତାଙ୍କର ଛାଡପତ୍ର ଖବର ଜୋର ଧରିଥିଲା । ସାନିଆ ପୋଷ୍ଟରେ ଲେଖିଥିଲେ ଯେ, ‘ବିବାହ କଷ୍ଟକର, ତଲାକ୍ (ଛାଡପତ୍ର) ବି କଷ୍ଟକର । ଜୀବନ କେବେବି ସହଜ ନୁହେଁ । ଏହା ସବୁବେଳେ କଷ୍ଟକର ରହିବ। କିନ୍ତୁ ଆମକୁ ସବୁବେଳେ ଚେଷ୍ଟା କରି ବଞ୍ଚିବାକୁ ହବ । ତେଣୁ ବୁଦ୍ଧିମାନ ହୋଇ ଜୀବନରେ ସଠିକକୁ ବାଛନ୍ତୁ’ ।