ନୂଆଦିଲ୍ଲୀ: ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ସିବିଏସଇ ବୋର୍ଡ ପରୀକ୍ଷା ବର୍ତ୍ତମାନ ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ବୋର୍ଡ ଏଥିପାଇଁ ନୂଆ ନିୟମ ଆଣିଛି। ୨୦୨୪-୨୫ ବର୍ଷର ଛାତ୍ରୀଛାତ୍ରମାନଙ୍କୁ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ପାଇଁ ହାଜର ହେବାକୁ ପଡିବ । ଏହି ବର୍ଷଠାରୁ ସିବିଏସଇର ନୂତନ ନିୟମ କାର୍ୟ୍ୟକାରୀ ହେବ। କୁହାଯାଉଛି ଛାତ୍ରୀଛାତ୍ରଙ୍କ ଚାପ କମାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସାମ୍ପ୍ରତିକ ସମୟରେ, ପରୀକ୍ଷା ଟେନସନ ଯୋଗୁଁ ବହୁ ସଂଖ୍ୟକ ଛାତ୍ରୀଛାତ୍ର ଆତ୍ମହତ୍ୟା କରୁଛନ୍ତି। ଛାତ୍ରୀଛାତ୍ରମାନେ ଏହି ବିକଳ୍ପ ଚୟନ ପାରିବେ। ଦୁଇଥର ପରୀକ୍ଷାର ଉନ୍ନତ ପ୍ରଦର୍ଶନର ସ୍କୋରକୁ ଚୂଡାନ୍ତ ଭାବେ ବିବେଚନା କରାଯିବ ।
ଏକ ସାକ୍ଷାତକାରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ୨୦୨୪-୨୫ଶିକ୍ଷାବର୍ଷରୁ ବର୍ଷକୁ ଦୁଇଥର ବୋର୍ଡ ଫର୍ମାଟ ଆରମ୍ଭ ହେବ। ଏହାର ଅର୍ଥ ହେଉଛି ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ୨୦୨୫ର ବୋର୍ଡ ପରୀକ୍ଷଣରୁ ଏହା ଗ୍ରହଣ କରାଯିବ। ଏହା ବର୍ତ୍ତମାନର ଶ୍ରେଣୀ ନବମ ଓ ଏକାଦଶ ଛାତ୍ରୀଛାତ୍ରମାନଙ୍କ ପାଇଁ ପ୍ରଭାବଶାଳୀ ହେବ। ଏହା ପୂର୍ବରୁ ଅକ୍ଟୋବର ୨୦୨୩ ରେ ସେ ମଧ୍ୟ ୨୦୨୪ ଠାରୁ ଦୁଇଥର ବୋର୍ଡ ପରୀକ୍ଷା କରିବା ବିଷୟରେ କହିଥିଲେ।